ଯାଜପୁର ( ସଂଘର୍ଷ ମିଡିଆ ) : ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ସାହୁପଡା ପଂଚାୟତର ନିଆରା ସରପଞ୍ଚ ସରୋଜିନୀ ପଣ୍ଡା l ସରୋଜିନୀ ପଣ୍ଡା ତାଙ୍କର ଉନତି ମୂଳକ କାର୍ଯ୍ୟ ପାଇଁ ବରୀ ବ୍ଲକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି l ସେ ନିଜ ପରିବାର କଥା ବୁଝିବା ସହିତ ନିଜ ପଂଚାୟତ ର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ସବୁବେଳେ ଲାଗିପଡିଥାନ୍ତି l ବୁଢା,ବୁଢ଼ୀ,ବିଧବା ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା କରିବା ସାଙ୍ଗକୁ ରାସ୍ତା କଡରେ ଗଛ ଲଗାଇବା,ବିଦ୍ୟାଳୟ ରେ ଫୁଲ ଗଛ ଲଗାଇବା ସହିତ ପୋଖରୀ ସଫା କରି ପୋଖରୀ କଢ଼ରେ ଗଛ ଲଗାଇବାକୁ ବେଶ ଭଲ ପାଇଥାନ୍ତି lକରୋନା ସମୟରେ ହାତରେ ହ୍ୟାଣ୍ଡୱlସ ଓ ମାକ୍ସ ଧରି ଲୋକମାନଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଥିଲା l ଦେବାଦେବୀଙ୍କୁ ପୂଜା କରିବା, ପ୍ରତି ଶୁକ୍ରବାର ସନ୍ଧ୍ୟାରେ ନିଜ ଗାଁ ର ମହିଳା ସାଥି ମାନଙ୍କ ସହ ବ୍ରାହ୍ମଣୀ ନଦୀରେ ଦୀପ ଦାନ କରିବା ସହିତ ପଂଚାୟତର ଖେଳ ଓ ପୂଜା, ପର୍ବରେ ସବୁ ଅନୁଷ୍ଠାନ ପାଖରେ ପହଁଚି ସହଯୋଗ କରିଥାନ୍ତି l ( 13 )ଗୋଟି ୱାର୍ଡ କୁ ନେଇ ସାହୁପଡା ପଂଚାୟତ ଗଠିତ ହୋଇଥିବା ବେଳେ ବରୀର ଏହି ମହିଳା ସରପଞ୍ଚ ଜଣଙ୍କ ପଂଚାୟତ ବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି l ତାଙ୍କର ଏଭଳି ସେବା ମନବୃତି ପାଇଁ ତାଙ୍କ ସ୍ୱାମୀ ତପନ ପଣ୍ଡା ମଧ୍ୟ ତାଙ୍କୁ ସହଯୋଗ କରିଥାନ୍ତି l ପଂଚାୟତରେ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, ଅଙ୍ଗନବାଡି ଗୃହ କରିବା,ଗାଁ ଗାଁରେ ଢଳେଇ ରାସ୍ତା ନିର୍ମାଣ କରିବା ସହିତ ମନରେଗାରେ,ବୃକ୍ଷରୋପଣ,ମାଟିକାମ କରାଯାଇ ଶ୍ରମିକ ନିଯୁକ୍ତି କରିବାରେ ବରୀ ବ୍ଲକରେ ଏକ ରେକର୍ଡ ସୃଷ୍ଟି କରିପାରିଛନ୍ତି lଏଭଳି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ବରୀ ବ୍ଲକର ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ସସମ୍ବର୍ଦ୍ଧିତ କରାଯାଉଥିବାର ଦେଖିବାକୁ ମିଳିଛି l ସରୋଜିନୀ ପଣ୍ଡା ଜଣେ ସରଳ ଓ ସ୍ୱାଭିମାନି ସରପଞ୍ଚ ଅଟନ୍ତି ସେ (ଶତ୍ରୁ) କି (ବିରୋଧୀ) ବୋଲି କେବେ କାହାକୁ ଭାବନ୍ତି ନାହିଁ l ଯେତେ କଷ୍ଟ ଆସିଲେବି କେବେ ଭାଙ୍ଗି ପଡନ୍ତିନି ଛୋଟ ପିଲା ପାଖରୁ ଆରମ୍ଭ କରି ବୁଢା ବୁଢ଼ୀ ମାନଙ୍କୁ ସେ ହସି ହସି ନିଜର କରି ପାରନ୍ତି lନିଜ ପଂଚାୟତରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର କରିବା ତାଙ୍କର ଶେଷ ଇଚ୍ଛା ବୋଲି କହିଛନ୍ତି l ତାଙ୍କର ଦକ୍ଷତା ପାଇଁ ସେ ବରୀ ପ୍ରାକ୍ତନ ବିଧାୟକ ଦେବାଶିଷ ନାୟକ ଙ୍କ ପ୍ରିୟଭାଜନ ହୋଇପାରିଥିବା ବେଳେ ଏବେ ବରୀ ବିଧାୟିକା ସୁନନ୍ଦା ଦାସଙ୍କର ମଧ୍ୟ ପ୍ରିୟଭାଜନ ହୋଇ ପାରିଛନ୍ତି l ସେ ଜୀବନ ସାରା ଲୋକ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି । (ଯାଜପୁର ବରୀ ରୁ ରମେଶ ଦ୍ବିବେଦୀ ଙ୍କ ରିପୋର୍ଟ)