ରାଜଗାଙ୍ଗପୁର ( ସଂଘର୍ଷ ମିଡିଆ ) : ଶିବ ରାତ୍ରିରେ ରାଜଗାଙ୍ଗପୁରରେ ଥିବା ଶିବ ମନ୍ଦିରରେ ଶିବ ଦର୍ଶନ ଲାଗି ଭକ୍ତ ମାନେ ପୂଜା କରୁଥିବା ବେଳେ ବିଭିନ୍ନ ସ୍ଥାନ ରେ କୀର୍ତନ, ହରିନାମ, ଭଜନ ଶୁଣିବାକୁ ମିଳିଥିଲା l ସ୍ଥାନୀୟ ଘୋଘର ମନ୍ଦିରରେ ସରକାରୀ ନିୟମ ମାନି ଶିବଙ୍କୁ ପୂଜା କରାଗଲା l ଏହା ଛଡା ମନ୍ଦିରରେ ପ୍ରସାଦ ବଣ୍ଠନ ବ୍ୟବସ୍ତା କରଯାଇଥିଲା l ପରିସ୍ଥିତିକୁ ଧ୍ୟାନରେ ରଖି ଶାନ୍ତି ଶୃଙ୍ଖଳା ଲାଗି ପୋଲିସଙ୍କୁ ମୁତୟନ କରାଯାଇଥିଲା l ଓସିଏଲ କଲୋନୀ, ଭାଟାପଡା, ଘୋଗର ରୋଡ଼, କୁମ୍ହାର ପଡା, ବଗିଚା ପଡା, ଷ୍ଟେସନ ପଡା, ରାନିବନ୍ଧରୁ ପୂଜା ସାମଗ୍ରୀ ଧରି ଶ୍ରଦ୍ଧାଳୁ ମନ୍ଦିର ଙ୍କୁ ପୂଜା ପାଇଁ ପହଂଚି ଥିଲେ l କରୋନା କଟକଣା ପରେ ଏପରି ଭିଡ ଘୋଘର ମନ୍ଦିର ରେ ଦେଖିବାକୁ ମିଳିଥିଲା l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।