ଘରଭାଙ୍ଗl ଅନିୟମିତତା ଅଭିଯୋଗ ; ବରୀ ତହସିଲ ଘେରିଲେ ବନ୍ୟା ବିପନ୍ନ

52

Get real time updates directly on you device, subscribe now.

ଯାଜପୁର( ସଂଘର୍ଷ ମିଡିଆ ) :  ଗତ ପ୍ରଳୟଙ୍କାରୀ ବନ୍ୟାକୁ ସାତ ମାସ ପୂରିଯାଇଥିଲେ ମଧ୍ୟ୍ୟ ବରୀ ତହସିଲର ଅବହେଳା ସାଙ୍ଗକୁ ଲାଞ୍ଚ ଖୋର ମାନଭାଵ ଯୋଗୁଁ ଆଜି ପର୍ଯ୍ୟନ୍ତ ବରୀ ବ୍ଲକର ବହୁ  ଯୋଗ୍ୟ ହିତାଧିକାରୀ ଘରଭଙ୍ଗା ସହାୟତାରୁ ବଞ୍ଚିତ ହୋଇଛନ୍ତି l ବରୀ, ବାଲିବିଲି, ଅନ୍ୟାସପୁର,ଉଦୟନାଥପୁର, ରତଳlଙ୍ଗ, ସେରପୁର ଆଦି ପଂଚାୟତ ରେ ଘରଭଙ୍ଗା ତଦନ୍ତ କରିବାକୁ ଯାଇଥିବା ଅଧିକାରୀ ମାନେ ଲାଞ୍ଚ ନେଇ ତଦନ୍ତରେ ବ୍ୟାପକ ଅନିୟମିତତା କରିଥିବା  ଅଭିଯୋଗ ଆସିଛି lତଦନ୍ତ ଅନିୟମିତତା ଯୋଗୁଁ କିଛି ଲୋକ ଆଜି ସରକାର ଙ୍କ ଅର୍ଥ ରାଶିକୁ ଫେରସ୍ତ କରିବାକୁ ଆସିଥିବା କହିଛନ୍ତି lସୂଚନାଯୋଗ୍ୟ ଆଜି  ବରୀ ଦ୍ବୀପାଞ୍ଚଳ ଉନ୍ନୟନ ପରିଷଦର ସଭାପତି କୁଳମଣି ଶୁକ୍ଳଙ୍କ ନେତୃତ୍ୱରେ ବରୀ ବ୍ଲକ ଅନ୍ତର୍ଗତ ସେରପୁର ଗ୍ରାମପଞ୍ଚାୟତ ବହୁ ମହିଳା, କୃଷକ, ଛାତ୍ର, ଯୁବକ, ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ  ଉପସ୍ଥିତରହି ମତାମତ ରଖିବାସହ ପୁନର୍ବାର ସଠିକ ତଦନ୍ତ କରିବା  ଦାବିରେ ବରୀ ତହସିଲ କାର୍ଯାଳୟ ସମ୍ମୁଖରେ ଧାରଣା ଦେଇ ଥିଲେ l ଉକ୍ତ ଧାରଣାରେ ସଶୀରେଖା ପାଣ୍ଡଵ, ତିଳେlତ୍ତମl ସେଠି, ସ୍ମିତାରାଣୀ ସାମଲ, ପ୍ରଶାନ୍ତ ପରିହାଡ଼ି, ଟୁଲୁ ମଳିକ, ତାପସ ମଳିକ,ରବୀନ୍ଦ୍ର ମଳିକ, ରଞ୍ଜନ ଦାଶ, ପ୍ରଭାକର ଓଝା ପ୍ରମୁଖ ଧାରଣା ରେ ବସିଥିବାର ଦେଖିବାକୁ ମିଳିଥିଲା l ଧାରଣା ସମୟରେ ବରୀ ତହସିଲ କାର୍ଯ୍ୟାଳୟ ସମୁଖରେ ବରୀ ପୋଲିସର କଡା ପ୍ରହରl ଦେଖିବାକୁ ମିଳିଥିଲା l (ଯାଜପୁର ବରୀରୁ ରମେଶ ଦ୍ବିବେଦୀ ଙ୍କ ରିପୋର୍ଟ)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More