ଗ୍ୟାସ ପାଇପ ଲାଇନ ବିଛା କାମକୁ ବିରୋଧ

39

Get real time updates directly on you device, subscribe now.

କୁତ୍ରା(ସଂଘର୍ଷ ମିଡିଆ ) : ଜଗଦିସପୁରରୁ ଧାମରା ପର୍ଯ୍ୟନ୍ତ ଗେଲ ଇଣ୍ଡିଆ ପକ୍ଷରୁ ବିଛାଯାଉଥିବା ଗ୍ୟାସ ପାଇପ ଲାଇନ କାର୍ଯ୍ୟକୁ ଆଜି କୁତ୍ରା ବସ୍ତି ବାସିନ୍ଦାଙ୍କ ତରଫରୁ ବିରୋଧ କରାଯାଇଛି । ଘଟଣା ଅନୁସାରେ ଗେଲ ଇଣ୍ଡିଆ ତରଫରୁ କୁତ୍ରା ବସ୍ତି ପାର୍ଶ୍ୱ ଜମି ଦେଇ ଗ୍ୟାସ ପାଇପ ଲାଇନ କାମ ଚାଲୁଥିବା ବେଳେ ଲୋକେ ଏହାକୁ ଗତକାଲି ରାତିରେ ଯାଇ ବିରୋଧ କରିଥିଲେ ଏବଂ ଆଜି କୁତ୍ରା ଥାନାରେ ଗେଲ ଇଣ୍ଡିଆର ଏଠାରେ ନିୟୋଜିତ ଜୈନିକ ଅଧିକାରୀଙ୍କ ବିରୋଧରେ ଭୁବନ କୁଜୁର ନାମକ ଯୁବକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଭୁବନ ଏବଂ ବସ୍ତି ବାସିନ୍ଦା ମାନଙ୍କ ଅଭିଯୋଗ ହେଲା କଂମ୍ପାନୀ ପକ୍ଷରୁ ଗ୍ୟାସ ପାଇପ ଲାଇନ ପ୍ରଭାବିତ ହୋଇଥିବା ଜମି ମାଲିକ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଟଙ୍କା ନଦେଇ ପାଇ ବିଛାଉଛି।କମ୍ପାନୀ ପକ୍ଷରୁ ଜମି ବାବଦରେ ବହୁ କମ ପରିମାଣରେ କ୍ଷତିପୂରଣ ଦିଆଯାଉଥିବା ଅଭିଯୋଗ ଆଣି ଏନେଇ ପ୍ରଭାବିତ ଲୋକଙ୍କ ସହ ଆଲୋଚନା ପାଇଁ ସ୍ଥାନୀୟ ପଂଚାୟତରେ ଲିଖିତ ଅଭିଯୋଗ ସହ କମ୍ପାନୀର ଏଠାରେ ଅବସ୍ଥାପିତ ଅଧିକାରୀଙ୍କୁ କୁହାଯାଇଥିଲା।ହେଲେ ଏନେଇ କୌଣସି ଆଲୋଚନା କଥବା ଶୁଣାଣି କରାନଯାଇ ପୋଲିସ ଲଗାଇ ବଳ ପ୍ରୟୋଗ କରାଯାଇ ପାଇପ ଲାଇନ ବିଛାଯାଉଥିବା ନେଇ ଅଭିଯୋଗ ଆଣୁଛନ୍ତି ସମ୍ବିଧାନ ୫ମ ଅନୁସୂଚୀ ଅନ୍ତର୍ଗତ ତଫସିଲଭୂକ୍ତ ଜନଜାତିର ବାସିନ୍ଦା। ଅଭିଯୋଗ ପରେ କୁତ୍ରା ବସ୍ତିରେ ଥାନା ଅଧିକାରୀ ଶୁଶାନ୍ତ କୁମାର ପରିଡା ,ତହସିଲଦାର ରବିନ୍ଦ୍ର କୁମାର ସେଠୀ,ଗେଲ ଇଣ୍ଡିଆ କତୃପକ୍ଷ ଓ ବସ୍ତି ବାସିନ୍ଦା ମିଳିତ ଭାବେ ବୈଠକ କରି ଲୋକଙ୍କ ମତ ଗ୍ରହଣ କରିଥିଲେ । ଉପଯୁକ୍ତ କ୍ଷତିପୁରଣ ନଦେବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ବସ୍ତି ବାସିନ୍ଦା ଦାବି କରିଥିଲେ ।ଅନ୍ୟପକ୍ଷରେ ଗେଲ ଇଣ୍ଡିଆ ପକ୍ଷରୁ ଉପସ୍ଥିତ ଅଧିକାରୀ ଏହି ପାଇପ ଲାଇନ ଦ୍ୱାରା ୪୨ ଜଣ ଜମି ମାଲିକ ପ୍ରଭାବିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ସରକାରଙ୍କ ନିର୍ଧାରିତ କ୍ଷତିପୂରଣ ମୂଲ୍ୟ ହିସାବରେ ଟଙ୍କା ଦିଆଯାଇଥିବା ବେଳେ ଅନ୍ୟ ମାନେ ପଂଚନାମା ଦସ୍ତଖତ କରିନଥିବାରୁ ଟଙ୍କା ଦେଇଥିବା କହୁଥିଲେ । ଆଗାମୀ ଦିନ ସୁନ୍ଦରଗଡ ସବକଲେକ୍ଟରଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯିବ ବୋଲି ଉଭୟ ପକ୍ଷ ଆଜି ସହମତି ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More