ଗ୍ରୀଷ୍ମପ୍ରବାହ ଯୋଗୁଁ ପାରଳା ସହରରେ ତାପମାତ୍ରା ବୃଦ୍ଧି , ଜନ ଜୀବନ ଅସ୍ତବ୍ୟସ୍ତ

37

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଗ୍ରୀଷ୍ମପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ସଖାଳ 10 ଟା ପରେ ତାପମାତ୍ରା ବୃଦ୍ଧି ପାଇ 40 ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ରହୁଛି।ଗ୍ରୀଷ୍ମପ୍ରବାହ ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ୍ ସାଙ୍ଗକୁ ଗୁଳୁଗୁଳି ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସହରରେ ତାପମାତ୍ରା ବୃଦ୍ଧି ଯୋଗୁଁ ପୌର ପରିଷଦ ପକ୍ଷରୁ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲା ଯାଇଛି। ମହେନ୍ଦ୍ର ତନୟାର ଜଳ ସ୍ତର କମିଯିବା ଯୋଗୁଁ ଜନ ସ୍ଵାସ୍ଥ୍ୟ ବିଭାଗ ସହରକୁ ପାନୀୟ ଜଳ କମ ସମୟ ଯୋଗାଉଛି।ଯାହା ଫଳରେ ପାନୀୟ ଜଳ ପାଇବାରେ ସହରବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମପ୍ରବାହ ଯୋଗୁଁ ଭୂତଳ ଜଳସ୍ତର କମିବାରେ ଲାଗିଛି।ଯାହାଫଳରେ କୂଅ,ନଦୀ, ବନ୍ଧ ଶୁଖିବାରେ ଲାଗିଛି। ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More