ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଚିକିଲି କାହା ସ୍ୱାର୍ଥରେ ?

30

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡାବୁଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଚିକିଲି ଗ୍ରାମ ଅବସ୍ଥିତ l ଜନ ସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଚିକିଲି ଗ୍ରାମରେ “ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ” ଚିକିଲି, ଚେରଚେଟିଆ ଗୁଡା, ଭୀମାଗୁଡା ତିନୋଟି ଗ୍ରାମବାସୀ ପାନୀୟ ଜଳ ସୁବିଧାରେ ପାଇପାରିବେ ବୋଲି ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଥିଲା l କିନ୍ତୁ ପ୍ରକଳ୍ପ ଟି ନିର୍ମାଣ ହୋଇଛି ସତ, ୪୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ହୋଇଛି ସତ, କିନ୍ତୁ ଲୋକେ ପାଉନାହାନ୍ତି ଶୁଦ୍ଧ ପାନୀୟ ଜଳ l ଏଇ ପ୍ରକଳ୍ପ ହେଲା କାହା ସ୍ୱାର୍ଥରେ, ତାହା ସମସ୍ତ ଙ୍କ ମୁହଁରେ ହେଉଛି ଆଲୋଚନା l ଚିକିଲି,ଚେରଚେଟିଆଗୁଡା ଗ୍ରାମକୁ ଧୀରେଧୀରେ ପାଣି ଯାଉଛି ସତ,ହେଲେ କାମକୁ ନୂହେଁ l କିନ୍ତୁ ଭୀମାଗୁଡା କୁ ପାଣି ଟୋପାଏ ହେଲେ ଯାଉନାହିଁ l ଗ୍ରାମ ବାସୀ ବାରମ୍ବାର ଗୁହାରୀ କଲେବି କୌଣସି ସୁଫଳ ମିଳିପାରି ନାହିଁ l ସହଜେ ଗ୍ରୀଷ୍ମ ର ପ୍ରବାହ ଅତ୍ୟଧିକ ହେଉ ଥିବା ବେଳେ ପାନୀୟ ଜଳର ଉତ୍କଟ ଅଭାବ ଜନସାଧାରଣଙ୍କୁ ବ୍ୟତିବ୍ୟସ୍ତ କରି ପକାଉଛି l ଡାବୁଗାଁ ଜଳ ଓ ପରିମଳ ବିଭାଗ କରୁଛି କଣ ତାହା ସବୁରି ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ସରକାରୀ ଯୋଜନା ର ଅପବ୍ୟବହାର ଅଧିକାରୀ ମାନଙ୍କ ଦ୍ଵାରା ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l କାରଣ ଗ୍ରାମବାସୀଙ୍କ ଦୁଃଖ ଜଣାଇଲେ ମଧ୍ଯ ଅଧିକାରୀ ସମାଧାନ ଦିଗରେ ଧ୍ୟାନ ଦେଉ ନ ଥିବା ଗ୍ରାମବାସୀ କହୁଛନ୍ତି l ଏଥିନେଇ ବ୍ଳକ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରାଇ କାମ କରୁ ନଥିବା ଅଧିକାରୀଙ୍କୁ ଏଠାରୁ ସ୍ଥାନାନ୍ତରିତ କରାଇ ନୂତନ ଅଧିକାରୀ ନିଯୁକ୍ତି ଦେଇ ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମର ତୁଳାରାମ ପୂଜାରୀ, ପଦମୁ ଭତ୍ରl,ଗନାଇ ମାଝୀ, ଲଖମୁ ଭତ୍ରା,ବୈଶାଖର ଭତ୍ରା,ସୁନ୍ଦର ମାଝୀ, ଅଲେଖ ମାଝୀ, ତିନି ନମ୍ବର ୱାର୍ଡ ସଭ୍ୟ ଚିତ୍ରସେନ ଗୌଡ, ବୁଦୁ ପୂଜାରୀ, ଶୁକୃ ଭତ୍ରl, ଶୁକୃ ଗୌଡ ପ୍ରମୂଖ ଅଭିଯୋଗ କରିଛନ୍ତି l ସମସ୍ୟାର ସମାଧାନ ପାଇଁ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ମାନଙ୍କୁ ଗଣ ମାଧ୍ୟମ ଫୋନ କଲେ ଫୋନ ଉଠାନ୍ତି ନାହିଁ, ସମସ୍ୟାର ସମାଧାନ ହେବ କିପରି ?ଏଥିନେଇ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦୃଢ଼ ଦାବୀ ଜଣାଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More