ଗ୍ରାମବାସୀଙ୍କ ଏକତା ଆଗରେ ହାର ମାନୀଲା ପ୍ରଶାସନ , ହଟହଟା ହେଲେ ବନାଚଳ ଅଧିକାରୀ

38

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ ) : – ଆଜି ସକାଳୁ ସକାଳୁ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେଂଜର ବାହାଡ଼ାଝୋଲା ବନାଞ୍ଚଳ ଅଧୀନ ଖଙ୍ଗାର ପଲ୍ଲୀ ଗ୍ରାମରେ।ଗ୍ରାମର ସମସ୍ତ ମହିଳା ରାସ୍ତା ବନ୍ଦ କରି ରାସ୍ତା ଉପରେ ବସି ରହିଛନ୍ତି ଓ ଅନ୍ୟ ସମସ୍ତ ଗ୍ରାମବାସୀ ଘେରି ରହିଛନ୍ତି ବନାଞ୍ଚଳ ଅଧିକାରୀ ଙ୍କ ଗାଡ଼ି ଏବଂ କିଛି କାଠ ସାଇଜ ଲୋଡ ହୋଇଥିବା ଏକ ଟ୍ରାକ୍ଟର ଗାଡ଼ିକୁ ଗ୍ରାମ ଭିତରୁ ଗାଡ଼ି ମାନଙ୍କୁ ଛାଡ଼ିବା ପାଇଁ ନାରାଜ ଗ୍ରାମବାସୀ ଘଟଣା ବିଷୟରେ ବୁଝିଲା ବେଳକୁ ଜଣାପଡିଥିଲା କି ସେହି ଗ୍ରାମର ବାଇନାଥ ନାୟକଙ୍କ ଘରେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ୨୫ ରୁ ୩୦ ଜଣ ବନବିଭାଗ କର୍ମଚାରୀ ବନ୍ଦୁକ୍ ଲାଠି ଧରି କାହାକୁ କିଛି ନ ପଚାରି ବାଇନାଥଙ୍କ ଘରୁ କିଛି ବହୁ ପୁରୁଣା କାଠ ପଟା ଜବତ କରି ଏକ ଟ୍ରାକ୍ଟର ଗାଡ଼ିରେ ନେଇ ଯାଉଥିଲେ ଏହାକୁ ବିରୋଧ କରି ଗ୍ରାମର ସମସ୍ତ ମହିଳା ପିଲାଠୁ ବୁଢ଼ା ଖାକି ବାବୁଙ୍କ ସହ ସେମାନଙ୍କ ଗାଡିକୁ ମଧ୍ୟ ଅଟକ ରଖିଥିଲେ।ଗ୍ରାମର ସଭାପତି ବିନୋଦ କୁମାର ନାୟକ,ଜଙ୍ଗଲ ସଭାପତି ସୁଦର୍ଶନ ନାୟକ ଏବଂ ବାବି ନାୟକଙ୍କ କହିବା କଥା ଏହି କାଠ ଦଶ ୧୫ ବର୍ଷର କାଠ ବାତ୍ୟାରେ ଉପୁଡ଼ି ଥିବା ଗ୍ରାମ ନିଲାମ ଓ ତାଙ୍କ ଜମିରୁ କାଟି ରଖିଥିଲେ ଘରକାମ କରିବେ ଏବଂ ଝିଅ ବାହାଘରରେ ଲଗାଇବା ପାଇଁ ସାଇତି ରଖିଥିଲେ।ଦୁଇ ସଭାପତି କହିବା କଥା କରୋନା ମହାମାରୀ ସମୟରେ ସାଧାରଣ ଲୋକ ନାହିଁ ନଥୀବା ଅସୁବିଧା ହେଉଛନ୍ତି ।ବଞ୍ଚିବା ପାଇଁ ସାଧାରଣ ଲୋକ ଚିନ୍ତାରେ ଥୀବାବେଳେ କରୋନା ର ନିୟମକୁ ଖିଲାପ କରି ଏତେ ସଖ୍ୟକ୍ କର୍ମଚାରୀ ଗ୍ରାମର କାହାରିକୁ ନ ଜାଣଇ ଘର ଭିତରେ ପଶିବା ଦ୍ବାରା ଆମ ଗ୍ରାମ ସମ୍ମାନ ହାନି ହୋଇଅଛି। ଏବଂ ଏକ ୫ବର୍ଷର ଛୁଆ ଏହି ଦୃଶ୍ୟକୁ ଦେଖି ଅଚେତ ଅବସ୍ତା ରେ ପଡ଼ିଅଛି ତାର ଯଦି କିଛି ଅସୁବିଧା ହୋଇଥାନ୍ତା ସେଥିପାଇଁ କିଏ ଦାଇ ହୋଇଥାନ୍ତା।ସେଥିପାଇଁ ଆମକୁ ନ୍ୟାୟ ମିଳିବା ସହିତ ନିରୀହ ପରିବାଠାରୁ ନେଇଥିବା ଜବତ କାଠକୁ ତାକୁ ଫେରସ୍ତ କରାଯାଉ ଶେଷରେ ସେୟାହି ହେଲା ।ବହୁ ସମୟ ହଟ ହଟା ପରେ ଗ୍ରାମର ଏକତା ଆଗରେ ମୁଣ୍ଡ ନୁଆଇଲା ବନ ବିଭାଗ ଶେଷରେ ଗ୍ରାମ ସଭାପତିଙ୍କ ଜିମାରେ ସମସ୍ତ କାଠକୁ ଜିମା ଦେଇ ଯିବାକୁ ପଡୁଥିଲା।ଓଡ଼ଗାଁ ରେଞ୍ଜର ଅମିତ ସାହୁଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଥିଲେ କି ଆମେ ବିଶେଷ ସୂତ୍ରରୁ ଖବର ପାଇ ରେଡ କରିଥିଲୁ ରେଡ କଲା ବେଳେ କାହାକୁ ଖବର ଦିଆଯାଇଥାଏ।ଆମେ କୌଣସି ଅସ୍ତ୍ର ଶସ୍ତ୍ର ଧରି ଘରେ ପଶିନଥିଲୁ କିଛି ନେଇ ପଶୀନଥିଲୁ ଯାହା ଜବତ କଲୁ ତାହାକୁ ଆନିଅଛୁ। ଏଠି ଗ୍ରାମବାସୀଙ୍କ ପ୍ରଶ୍ନ ଉଠୁଛି ଯେ ରେଡ କଲାବେଳେ ଆଗୁଆ କାହାରିକୁ ଖବର ଦିଆ ଯାଏ ନି କିନ୍ତୁ ବନବିଭାଗ ର ଏତେ ସଖ୍ୟକ୍ କର୍ମଚାରୀ କରୋନା ନିୟମକୁ ଉଲ୍ଲଂଘନ କରି ଘର ଭିତରେ ପଶିବା ପୂର୍ବରୁ ଅତିକମ୍ ରେ ଗ୍ରାମର ସଭାପତି ଏବଂ ଜଙ୍ଗଲ ସଭାପତିଙ୍କୁ ଜଣାଇ ପଶିବାର ଥିଲା। ଯେଉଁ ମାନେ କାଠ ବ୍ୟବସାୟ କରୁଛନ୍ତି ସେମାନଙ୍କ ଉପରେ କଣ ପାଇଁ ରେଡ କରାଯାଉ ନାହିଁ ବନବିଭାଗ ସାଧାରଣ ଲୋକଙ୍କୁ ହଇରାଣ କରିବା: ମହଙ୍ଗା ପଡିଲା ବନବିଭାଗକୁ । ବନବିଭାଗ ଏହିଭଳି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି। (୫)ବର୍ଷର ପିଲାଙ୍କୁ ଭୟବିତ କରି ଅଚେତ୍ କରିଥୀବାରୁ ବନବିଭାଗ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ସହିତ ପରିବାର ଲୋକେ ଦାବି କରିଛନ୍ତି।ଘଟଣା ସ୍ଥଳରେ ଯେଭଳି କୌଣସି ବିଶୃଙ୍ଖଳା ପରିସ୍ଥିତିକ ନ ଘଟିବାପାଇଁ ଓଡ଼ଗାଁ ଥାନା ଇନ୍ସପେକ୍ଟର ଏସ କେ ପରିଡ଼ା ଉପସ୍ଥିତ ଥିଲେ। ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More