କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର କଲେଜ ପ୍ରାଙ୍ଗଣରେ କୋଭିଡ ନିୟମ ଅନୁସାରେ ଟୀକାକରଣ କରାଯାଇଥିଲା। ନୂଆଗାଁ ଓ ନାହାଳ ପୁର ପଂଚାୟତର 100 ଡୋଜର ଟୀକାକରଣ ର ବ୍ୟବସ୍ତା କରାଯାଇଥିଲା। ଟୀକାକରଣ କେନ୍ଦ୍ର କୁ କଣ୍ଟାପଡା ତହସିଲଦାର ମହୋଦୟ ଆସି ତଦାରଖ କରିଥିଲେ। ଗୋବିନ୍ଦପୁର ପଂଚାୟତ ସରପଞ୍ଚ ଲଲାଟେନ୍ଦୁପ୍ରସାଦ ଦାସ, ନାହାଲପୁର ପଞ୍ଚାୟତ ସରପଞ୍ଚ ସୁଧୀର କୁମାର ଦାସ ଓ ନୂଆଗାଁ ପଂଚାୟତ ସରପଞ୍ଚ ଶ୍ରୀମତୀ ଚନ୍ଦନା ମହାନ୍ତି ଟୀକାକରଣ କେନ୍ଦ୍ରରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଆମ ସଙ୍ଘର୍ଷ news ରିପୋର୍ଟର କେନ୍ଦ୍ରରେ ରହି ଧାଡିରେ ଲୋକମାନଙ୍କୁ ଆସି ଶାନ୍ତିଶୃଙ୍ଖଳାର ସହିତ କିଭଳି ଟୀକା ନେବେ ସହଯୋଗ କରିଥିଲେ। କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ ରାଜକିଶୋର ଦାସଙ୍କ ରିପୋର୍ଟ ।