କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର କଲେଜ ପ୍ରାଙ୍ଗଣରେ 45ବର୍ଷରୁ ଉର୍ଦ୍ଧ ଲୋକଙ୍କୁ କୋଭିଡ ଭାକ୍ସିଂ ଶାନ୍ତିଶୃଙ୍ଖଳା ରେ ଦିଆଗଲା।ନାହାଳ ପୁର ପଂଚାୟତର ଛଅ ଜଣ ଆଶା ଦିଦିଙ୍କ ସହଯୋଗରେ ନିଜ ନିଜ ଅଂଚଳର 102ଜଣଙ୍କ ନାମ ପଞ୍ଜିକୃତ ହୋଇଥିଲା। ଦିନ 1ଘଟିକା ସୁଦ୍ଧା 75 ଜଣ ଟୀକା ନେଇଥିଲେ।ଲୋକଙ୍କ ବସିବା ପାଇଁ ସାମାଜିକ ଦୂରତା ରକ୍ଷାକରି ଚେୟାର ପକାଯାଇଥିଲା।ଗୋବିନ୍ଦପୁର ସରପଞ୍ଚ ଶ୍ରୀଯୁକ୍ତ ଲଲାଟେନ୍ଦୁ ପ୍ରସାଦ ଦାସ,କଣ୍ଟାପଡା ତହସିଲଦାର ,ଗୋବିନ୍ଦପୁର ଥାନା IIC ଶ୍ରୀଯୁକ୍ତ ଅନାମ ଚରଣ ନାୟକ ଭାକ୍ସିଂ ନେସନ ସେଣ୍ଟର ବୁଲି ଦେଖିଥିଲେ।ଆମ ପ୍ରତିନିଧି ସେଣ୍ଟରରେ କିଭଳି ଲୋକେ ସାମାଜିକ ଦୂରତା ରକ୍ଷାକରି ଧାଡିରେ ଆସି ଟୀକା ନେବେ ସହଯୋଗ କରିଥିଲେ ଓ ଲୋକଙ୍କୁ ସଚେତନତା କରିଥିଲେ।କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।