ଖୋର୍ଦ୍ଧା ( ସଂଘର୍ଷ ମିଡିଆ ) : -ଇତିହାସର ସ୍ମୃତିକୁ ତାରୋତାଜା କରି, ଅତୀତର ଗୌରବମୟ ବାଲିଗରଡ଼ାକୁ ସାଉଁଟି ଆଣି ଓଡ଼ିଶାର ସୁନ୍ଦର ଭବିଷ୍ୟତ ଗଠନ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଲୋକାର୍ପିତ କରିଛନ୍ତି ଏକ ଅଭିନବ ଯୋଜନା “ମୋ କଲେଜ ଅଭିଯାନ”।ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଡ଼ିଟୋରିଅମ ହଲରେ ଉକ୍ତ ଅଭିଯାନର ଶୁଭାରମ୍ଭ ଉତ୍ସବର ଜୀବନ୍ତ ପ୍ରସାରଣକୁ ପ୍ରଚାର ପ୍ରସାର କରିବା ନିମନ୍ତେ କଲେଜ ପ୍ରଶାସନ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସ ଦ୍ୱାରା କଲେଜ ସହିତ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ଏବଂ କଲେଜ ଉନ୍ନତିରେ ସେମାନଙ୍କୁ ଭାଗିଦାର କରିବା ଏହାର ମୂଳ ଲକ୍ଷ୍ୟ। ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ର ଛାତ୍ରୀ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡ଼ା ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ସଂଯୋଜନା କରିଥିବାବେଳେ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଚିଲିକାରୁ ନିଲେସ ବରାଳଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।