ଗୁଣ୍ଡୁରିଆରେ ସହିଦ ସ୍ତମ୍ଭ ଓ ପାର୍କ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

16

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଅଁଳାଯୋଡି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୁଣ୍ଡୁରିଆ ଗ୍ରାମ ନିକଟ କ୍ଷେତରେ ଦେଶ ସ୍ବାଧିନ ହେବା ପରେ ରାଜ୍ୟ ଗଠନ ସମୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ରାଜ୍ୟ ଗଠନ କରାଯିବା ଦାବି ନେଇ ୬ ଫେବୃଆରୀ ୧୯୪୯ ମସିହାରେ ସାଧାରଣ ସଭାରେ ଯୋଗ ଦେବାକୁ ଏକତ୍ରିତ ହୋଇଥିବା ହଜାର ହଜାର ନିରିହ ଆଦିବାସୀ ଜନତାଙ୍କ ଉପରେ ବର୍ବର ଗୁଳିକାଣ୍ଡ ଘଟାଇ ଅସଂଖ୍ୟ ଲୋକଙ୍କୁ ହତ୍ୟା କରାଯାଇଥିଲା। ସେତେବେଳର ସରକାରରେ କ୍ଷମତାରେ ଥିବା ନେତୃବୃନ୍ଦ ଓ ଅଧିକାରୀ ଆଦିବାସୀଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ନ୍ୟାୟୋଚିତ ବିଚାର କରିବା ପରିବର୍ତ୍ତେ ଆଦିବାସୀ’ଙ୍କ ପ୍ରତି ଘୃଣା ମନଭାବ ଓ ମାନସିକତା ରଖି ଦମନ ନିତି ଆପଣାଇଥିଲେ। ଯାହାର ଫଳ ସ୍ବରୁପ ଶାନ୍ତିପୂର୍ଣ୍ଣ ଭାବେ ସଭାରେ ଯୋଗଦେବାକୁ ଆସିଥିବା ନିରସ୍ତ୍ର ଆଦିବାସୀ ମହିଳା, ପୁରୁଷ ଓ ଶିଶୁଙ୍କ ଉପରେ ସୈନିକଙ୍କ ଦ୍ବାରା ଆଖିବୁଜା ଗୁଳି ଚାଳନା କରାଯାଇ ବର୍ବର ହତ୍ୟାକାଣ୍ଡ କରାଯାଇଥିଲା। ଏହି ବର୍ବର ହତ୍ୟାକାଣ୍ଡରେ ସହିତ ହୋଇଥିବା ଅସଂଖ୍ୟ ଆଦିବାସୀ’ଙ୍କ ସ୍ମୃତୀରେ ପ୍ରତ୍ୟକ ବର୍ଷ ଫେବୃଆରୀ ୬ ତାରିଖ ଦିନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ଉଦ୍ଧେଶ୍ୟରେ ଗୁଣ୍ଡୁରିଆ ସହିଦ ସ୍ଥଳରେ ଗୁଣ୍ଡୁରିଆ ସହିଦ ଦିବସ ପାଳନ କରାଯାଇଥାଏ। ଆଦିବାସୀ’ଙ୍କ ଅସ୍ମିତା ସହିତ ଜଡିତ ଏହି ସହିଦ ସ୍ଥଳ କୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା ସହିତ ଏଠାରେ ଏକ ସ୍ମୃତୀ ସ୍ତମ୍ଭ ଓ ସହିଦ ପାର୍କ ନିର୍ମାଣ କରାଯିବା ନେଇ ଦାବି ଜଣାଇ ବରିଷ୍ଠ ସାମ୍ବାଦିକ ତଥା ବାବାତିଲକା ଲାଇବ୍ରେରୀ ପ୍ରତିଷ୍ଠାତା ରାମଦାସ ମୁର୍ମୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ପ୍ରେରିତ କରିଛନ୍ତି। ଏହା ସହିତ ପ୍ରାଟ୍ରାମହୁଲପାଣି ଗ୍ରାମରେ ଅବସ୍ଥିତ ସ୍ବାଧିନତା ସଂଗ୍ରାମୀ ବାବାତିଲକା ମାଝୀଙ୍କ ନାମରେ ନାମିତ ବହୁ ପୁରାତନ ପାଠାଗାରର ଉନ୍ନତ୍ତି କରଣରେ ସରକାରୀ ସହାୟତା ପ୍ରଦାନ କରାଯିବାକୁ ମଧ୍ୟ ଦାବି ଜଣାଇଛନ୍ତି।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More