ଗୁଣି ଗାରେଡି ସନ୍ଦେହରେ ବାପାପୁଅଙ୍କୁ ହତ୍ୟା ଘଟଣାରେ ୧୨ ଗିରଫ

43

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଂଚାୟତ ମୁଠାଗୁଡା ଗାଁରେ ଶନିବାର ବିଳମ୍ବିତ ରାତିରେ ଗୁଣି ସନ୍ଦେହରେ ବାପପୁଅକୁ ହତ୍ୟା ଘଟଣାରେ ପୋଲିସ ଆଜି ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ସମସ୍ତେ ମୁଠାଗୁଡା ଗ୍ରାମର । ଗିରଫ ଅଭିଯୁକ୍ତ ମାନେ ହେଲେ ଜୋଶୁଆ ଗାମାଙ୍ଗୋ , ବେଞ୍ଜାମିନ୍ ଗାମାଙ୍ଗୋ ,ସଞ୍ଜୟ ଗୋମାଙ୍ଗୋ , ଅଭିମାନୁ ରାଇକା ,ଜୁନାଶା ଗୋମାଙ୍ଗୋ , ମିଖାଇଲ ଗୋମାଙ୍ଗୋ , ସେତୁ ରାଇକା ,ଜିରିମିୟା ରାଇକା , ଅବ୍ରହାମ ବଡରଇତ , ସୋମନାଥ ଗୋମାଙ୍ଗ , କୋରା ରଇତ , ଜୁନେଶ ରଇତ । କିଛି ଦିନ ହେବ ମୁଠାଗୁଡା ଗାଁରେ କିଛି ଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଲୁକ ଦଳବେହେରା ଓ ପୁଅ ଅନକ ଦଳବେହେରାଙ୍କୁ ଗୁଣିଆ ସନ୍ଦେହ କରି ଦୋଷାରୋପ କରି ଆସୁଥିଲେ । ତେବେ ଅଭିଯୁକ୍ତମାନେ ପ୍ରତିହିଂସା ପରାୟଣ ହୋଇ ଯୋଜନାବଦ୍ଧ ଭାବେ ଗାଁରେ ବୈଠକ କରିଥିଲେ , ଏବଂ ବାପପୁଅ ଦୁହିଁଙ୍କୁ ଗାଁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ପୁଜାପାଠ କରାଇବା ସହ ହତ୍ୟା କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାପର ମୃତ ଦେହକୁ ବିଲରୁ ଉଦ୍ଧାର କରିଥିବା ବେଳେ ପୁଅର ମୃତ ଦେହକୁ ଘରୁ ଜବର କରି ତଦନ୍ତ କରିଥିଲା । ଘଟଣା ସ୍ଥଳରୁ ପୋଲିସ ରକ୍ତଭିଜା ଲୁଗା, ହତ୍ୟାରେ ବ୍ୟବହୃତ ଠେଙ୍ଗା, ପଥର ଓ ପୂଜା କବତ କରିଥିଲା । ଆଜି ଅଭିଯୁକ୍ତ ମାନକୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଏସଡିପିଓ ଦିଲିପ କୁମାର ନିୟକ ମୋହନାରୁ ବିଭୁତି ମଳିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More