ମାଲକାନଗିରୀ ( ସଂଘର୍ଷ ମିଡିଆ ) : -ଗାନ୍ଧିଜୀ ଙ୍କ ଓଡିଶା ଆଗମନ ର 100 ବର୍ଷ ପୂର୍ତ୍ତି ଉପଲକ୍ଷେ, ଗତକାଲି ମାଲକାନଗିରୀ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି ଗାନ୍ଧୀଙ୍କ ଓଡିଶା ନାଟକ କାର୍ଯ୍ୟକ୍ରମ l 100 ବର୍ଷ ତଳେ ମହାତ୍ମାଗାନ୍ଧୀ ଓଡିଶାକୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହ ବ୍ରିଟିଶ ସରକାରଙ୍କ ବିରୋଧରେ ଲବଣ ସତ୍ୟଗ୍ରହ ଠାରୁ ଆରମ୍ଭ କରି ଅସହଯୋଗ ଆନ୍ଦୋଳନ କରିଥିଲେ l ତାଙ୍କ ଡାକରାରେ ଲକ୍ଷେ ଲକ୍ଷେ ଓଡିଶାବାସୀ ବ୍ରିଟିଶ ବିରୋଧରେ ଆନ୍ଦାଳନରେ ଯୋଗ ଦେଇଥିଲେ l ସେହି ଦିନଟିକୁ ମାନେ ପକାଇବା ପାଇଁ ମାଲକାନଗିରି ଜିଲ୍ଳା ସଂସ୍କୃତ ଭବନ ଠାରେ ଜିଲ୍ଲା ସଂସ୍କୃତ ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର 100 ବର୍ଷ ପୂର୍ତ୍ତି ଅବସରରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନାଟକ ଗାନ୍ଧି ଓଡ଼ିଶା ପରିବେଷଣ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି,ସଂମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଉପସ୍ଥିତ ରହି ନାଟକଟିକୁ ଦେଖିଥିଲେ। ନିର୍ଦ୍ଧେଶକ ଜୟନ୍ତ କୁମାର ସାସ୍ତ୍ରା, ନାଟ୍ୟକାର ଶଙ୍କର ତ୍ରିପାଠୀ ଏବଂ ସହଯୋଗୀତା ଭାବେ ବିନାଶ କୁମାର ମିଶ୍ର ଓ ଚନ୍ଦ୍ରଶେଖର ପୂଜାରୀ ଯୋଗ ଦେଇ ଗାନ୍ଧି ଓଡିଶା ନାଟକ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l ମାଲକାନଗିରିରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।