କଳାହାଣ୍ଡି (ସଂଘର୍ଷ ମିଡିଆ ) : ସାରା ରାଜ୍ୟରେ ବା ଦେଶରେ କରୋନା ମହାମାରୀ ତାର କାୟାବିତାର କରିଚାଳିଥିବା ବେଲେ କରୋନାର ଦ୍ୱିତୀୟ ଲହର ବହୁତ ତାଣ୍ଡବ କରୁଥିବା ବେଳେ ସମସ୍ତ ରାଜ୍ୟରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଲକ୍ ଡାଉନ୍ ସଟ୍ ଡାଉନ୍ କରିଥିବାବେଳେ କରୋନା ର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ଆଜି କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତ ରେ ବା ଗାଆରେ ମଧ୍ୟ ସରପଞ୍ଚ ଗାଆକୁ ୭୨ ଘଣ୍ଟା ସଟ୍ ଡାଉନ୍ କରିଛନ୍ତି ଏବଂ ଅତି ଆବଶ୍ୟକ ପଡ଼ିଲେ ବାହାର ଙ୍କୁ ଯିବାପାଇଁ କହିଛନ୍ତି । ଓ ସକାଳ ୬ଟା ରୁ ୧୧ ଭିତରେ ଗାଆଁର ସମସ୍ତ ଦୋକାନ ଖୋଲାରହିବ ବୋଲି କହିଛନ୍ତି ସରପଞ୍ଚ ପୃଥିରାଜ୍ ମାଝୀ । ୧୧ ରୁ ଅଧିକ ସମୟ ଦୋକାନ ଖୋଲାରହିଲେ ଆଇନ ଅନୁଯାୟୀଯାୟୀ ଦଣ୍ଡିତ କରାଯିବ ବୋଲି କହିଛନ୍ତି ଏବଂ ଯଦି ସଟ୍ ଡାଉନ୍ ର ନିୟମ ଉଲଘଂନ କଲେ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି କହିଛନ୍ତି ସରପଞ୍ଚ ପୃଥିରାଜ୍ ମାଝୀ । ଶେଷରେ କହିଛନ୍ତି ସମସ୍ତେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଏବଂ କରୋନାକୁ ଦୁରେଇ ଦିଅନ୍ତୁ ।