ଜଗତସିଂହପୁର (ସଂଘର୍ଷ ମିଡିଆ ) : – କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜନାପାଳ ଗ୍ରାମର ସଂଖ୍ୟାଲଘୁ ବସ୍ତିରେ ଗରୀବ ସୁରକ୍ଷା ମଞ୍ଚ ତରଫରୁ ସଂଗଠନର ମୁଖ୍ୟ ଉପଦେଷ୍ଟା ଡ଼ଃ ଅରୁଣ କୁମାର ପାଣିଙ୍କ ଆହ୍ବାନକ୍ରମେ ରାଜ୍ୟ ସଭାପତି ଅଜୟ କୁମାର ରାଉତ ,ଉପସଭାପତି ଆକାଶ ନାୟକ , ସରପଞ୍ଚ ମୀନାକ୍ଷୀ ଦାସ , ସମାଜସେବୀ ସାରଦା ପ୍ରସାଦ ଷଡଙ୍ଗୀ , ପଙ୍କପାଳ ସମବାୟ ସମିତି ସଭାପତି ନିକୁଞ୍ଜ କିଶୋର ଚୈାଧୂରୀ ,ସାରଦା ମଲ୍ଲ , ମନୋଜ ପ୍ରଧାନ ,ପଙ୍କପାଳ ବଣିକ ସଂଘ ସଭାପତି ଫକିର ଚରଣ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରାୟ ୪୦ ପରିବାରକୁ ଶୁଖିଲାଖାଦ୍ୟ ଏବଂ ମାକ୍ସ ବଣ୍ଟନ କରାଯାଇଥିଲା । ଏହି ବସ୍ତିର ଅସହାୟ ରୈମନଙ୍କ ପତ୍ନୀଙ୍କୁ ଘର ଏବଂ ଅନ୍ୟ ଜଣଙ୍କ ଝିଅ ବିବାହରେ ଆର୍ଥିକ ସହଯୋଗ କରିବେ ବୋଲି ସଂଗଠନର ରାଜ୍ୟ ସଭାପତି ଶ୍ରୀରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସଂଗଠନ ଲକଡାଉନ ରୁ ଏଯାବତ ପ୍ରତିଦିନ ଗରୀବଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ,ଗରୀବ ପିଲାଙ୍କ ଶିକ୍ଷାପାଇଁ ସହଯୋଗର ପ୍ରୟାସ ରାଜ୍ୟର ୩ଟି ଜିଲାରେ ଜାରୀ ରଖିଛି । ଆସନ୍ତା ଡିସେମ୍ବର ସୁଦ୍ଧା ସାରା ରାଜ୍ୟରେ ଏହା ଓ୍ବାର୍ଡ ସ୍ତରରୁ କାର୍ଯ୍ୟ କରିବ ବୋଲି ସୁଚନା ଦେଇଛନ୍ତି ରାଜ୍ୟ ସଭାପତି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।