ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ରେ ବହୁପରିମାନରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ହେଉଥିବା ବେଳେ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ଅନେକ ପରିବାର ର ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି । ଏହାକୁ ଦୃଷ୍ଟି ରେ ରଖି ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନ ଶିବିର ଚନ୍ଦ୍ରଗିରି ଫାଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଯତୀନ୍ଦ୍ର ପଣ୍ଡା , ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ,ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା ଉପସ୍ଥିତ ରହିବାସହ ସମସ୍ତ PRI ମେମ୍ବର ମାନଙ୍କ ଜରିଆରେ କିଭଳି ଏହି ଗଞ୍ଜେଇଚାଷ ର ମୂଳ ଉତ୍ପାଟନ ହୋଇପାରିବ ଆଲୋଚନା କରିଥିଲେ । ଆଦିବାସୀଙ୍କ ଜୀବନ ଶୈଳୀ ବଦଳାଇବା ସହ ଗଞ୍ଜେଇ ଚାଷ ଠାରୁ ଦୂରେଇ ରହିବା ଓ ସମାଜ ରେ ଇଜ୍ଜତ ର ସହିତ ବଞ୍ଚିବା ଲାଗି ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟ କ୍ରମର ମଞ୍ଚ ପରିଚାଳନା ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପାଇକ କରିଥିଲେ ।
Get real time updates directly on you device, subscribe now.