ଗଜପତି ବନ ଖଣ୍ଡ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

48

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟ ଗ୍ୟାଟ ଛକ ନିକଟରେ ବନ ବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ବନ ବିଭାଗ ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବନ ବିଭାଗର କର୍ମଚାରୀ ମାନେ ବାହାରେ ପଡିଥିବା ପ୍ଲାଷ୍ଟିକ ବୋତଲ୍ ଗୁଡିକୁ ଏକତ୍ର କରି ପ୍ଲାଷ୍ଟିକରେ ଏକ ପାଣି ଟେପ୍ ବନେଇଛନ୍ତି ଏଭଳି ବନେଇବାର ଉଦେଶ୍ୟ ହେଲା ଆମେ ଭବିଷ୍ୟତରେ ଯେତେବେଳେ ପାଣି ପାଇଁ ମାଟିତଳୁ ପାଣି ବାହାର କରିବା ସେତେବେଳେ କେବଳ ପ୍ଲାଷ୍ଟିକ ପାଇବା ତେଣୁ ଆମେ ନିତିଦିନିଆ ଜୀବନରେ ପ୍ରତି ସମୟରେ ପ୍ଲାଷ୍ଟିକ ବ୍ୟବହାର କରି ବାହାରେ ଫୋପାଡ଼ି ଥାଉ ସେହି ବୋତଲ୍ କୁ ନଫୋପାଡି ଅଦରକାରୀ ପ୍ଲାଷ୍ଟିକରୁ ଆମେ କିଛି ନୁଆ ଜିନିଷ ବନେଇବା ପାଇଁ ଲୋକମାନଙ୍କୁ ବାର୍ତ୍ତା ଦେବା ସହ ଭବିଷ୍ୟତରେ ଏହି ମଣିଷ ସମାଜ ପାଣି ପାଇଁ ଡହଳ ବିକଳ ହେବାରୁ ବଞ୍ଚିତ ହେବ ସେଥିପ୍ରତି ସଚେତନ ହେବା ପାଇଁ କହିଛନ୍ତି ଗଜପତି ବନଖଣ୍ଡ ଅଧିକାରୀ।ଆମେ ପ୍ଲାଷ୍ଟିକ ବ୍ୟବହାର କରି ଏତେ ତେଣେ ଫୋପାଡି ବା ଦ୍ଵାରା ଆମେ ଭବିଷ୍ୟତରେ ଯେତେବେଳେ ମାଟିତଳୁ ପାଣି ପାଇଁ ପାଣିର ସନ୍ଧାନ କରିବା ସେତେବେଳେ ପାଣି ବଦଳରେ ପ୍ଲାଷ୍ଟିକ ପାଇବା ତେଣୁ ଆମେ ବର୍ତମାନ ଠାରୁ ସଚେତନା ରହିବା ଆମେ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଗଠନ କରିବା ବୋଲି କହିଛନ୍ତି ।ସମସ୍ତ ଜନସାଧାରଣ ପ୍ଲାଷ୍ଟିକ ନ ଫୋପାଡି ସେହି ପ୍ଲାଷ୍ଟିକରୁ କିଛି ନୂତନତ୍ବ ସାମଗ୍ରି ବନେଇବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ। ଏହି ଅବସରରେ ଗଜପତି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ଚାରିପଟେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ୍ ଓ ଜରିକୁ ଗୋଟାଇ ବନ କର୍ମଚାରୀ ମାନେ ପରିବେଶ ସଫାସୁତୁରା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More