ଗଜପତି ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ

27

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମୃତ୍ତିକା ଦିବସ 2024 ପାଳିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏ ରାମ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ,ଜିଲ୍ଲା କୃଷି ଅଧିକାରୀ ରବୀନ୍ଦ୍ର କୁମାର ଆଧେକ,ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଂଗ୍ରାମ ପରମଗୁରୁ, ପ୍ରମୁଖ ମଞ୍ଚାସିନ ଥିଲେ।ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ।ଏହି ଅବସରରେ ଆଜିର ପ୍ରସଙ୍ଗ ହେଉଛି ମୃତ୍ତିକାର ଯତ୍ନ ପରିମାପ, ପର୍ଯ୍ୟବେକ୍ଷଣ,ପରିଚାଳନା ଉପରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା। ଏବଂ ମୃତ୍ତିକା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ ଚାଷୀଙ୍କୁ ଦିଗଦର୍ଶନ ଦିଆଯାଇଥିଲା। ମୃତ୍ତିକାର ସୁରକ୍ଷା, ମୃତ୍ତିକାର ସ୍ଵାସ୍ଥ୍ୟକାର୍ଡ ଆବଶ୍ୟକତା, ବିନିଯୋଗ ମୃତ୍ତିକା ସଂରକ୍ଷଣ ଏବଂ ମୃତ୍ତିକା ପରୀକ୍ଷା ଉପରେ ବିବରଣୀ ପ୍ରଦାନ କରାଯାଇ ଥିଲା। ଏହି ସବୁକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ଚାଷୀମାନେ କିଭଳି ଭାବେ ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ କରିପାରିବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା ।ମୃତ୍ତିକା ସଂରକ୍ଷଣ ରଖିବାକୁ ହେଲେ ସମସ୍ତ ଜନସାଧରଣ ଗଛ ଲଗାଇବା ଓ ପଲିଥିନ୍ ବ୍ଯବହାର ନ କରିବା ପାଇଁ ଆହ୍ୱାନ ଦିଆଯାଥିଲା।ଏହି ଅବସରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୋଷ୍ଟର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଛି।ଜିଲ୍ଲାର କୃଷକଙ୍କୁ ମୃତ୍ତିକା ସଂରକ୍ଷଣ ନିମନ୍ତେ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସୋଏଲ କେମେଷ୍ଟ୍ରି ସୁରଜ ପାତ୍ର ଅତିଥି ପରିଚୟ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର କୃଷି କର୍ମଚାରୀ, ବିଭିନ୍ନ ପଞ୍ଚାୟତର ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୁରଜ ପାତ୍ର ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ । ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More