ଗଜପତି ଜିଲ୍ଲା ମାପ ଓଜନ ବିଭାଗ ପାଲିଟିଛି ନିଦାବିଷ୍ଣୁ !

11

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲାରେ ମାପ ଓ ଓଜନ ବିଭ।ଗ ସ୍ଥାଣୁ ପାଲଟି ଥିବାର ଅଭିଯୋଗ ହେଉଛି। ଜିଲ୍ଲାରେ ଖାଉଟି ଶୋଷଣର ଶିକାର ହେଉଥିବାର ଅଭିଯୋଗ ହେଉଛି।ବିଭାଗ ପେଟ୍ରୋଲ ଟ୍ୟାଙ୍କ, ସୁନା ଦୋକାନ, ବ୍ୟାଙ୍କ, ଗ୍ରୋସରି ଦୋକାନ, ହାଟ, ବଜାର ଯାଞ୍ଚ ହେବା କଥା ସେହିଭଳି ଆଖି ଦୃଷ୍ଟିଆ ଯାଞ୍ଚ ହେଉ ନଥିବାର ଅଭିଯୋଗ ହେଉଛି। ସ୍ୱାଧୀନତା ର 77 ବର୍ଷ ପରେ ମଧ୍ୟ ଲୋକେ ଠକାମୀର ଶିକାର ହେଉ ଥିବାର ଅଭିଯୋଗ ହେଉଛି। ଏବେ ବି ଡିଜିଟାଲ ଯୁଗରେ ମଧ୍ଯ ତରାଜୁ ବଟକର। ଜାରୀ ରହିଛି କିନ୍ତୁ ଏବେ ବି ଲୋକେ ବଟକର। ବଦଳରେ ଜରି ଗୋଡ଼ଇ ପଥରକୁ ବଟକରା ରୂପେ ବହୁଳ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । ପୁରପଲ୍ଲୀ କଥା ଛାଡ଼ ଏବେ ବି ଶହରରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଲୋକଙ୍କର ସରଳତାର ସୁଯୋଗ ନେଇ ଲୋକଙ୍କୁ ଠକୁଛନ୍ତି ବୋଲି ଅଭିଯୋଗ ହେଉଛି କର୍ମଚାରୀ ଅଭାବର ଆଳ ଦେଖାଇ ଚଢ଼ାଉ ହେଉ ନାହିଁ, ନା ଇଚ୍ଛା ଶକ୍ତିର ଅଭାବ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଲୋକଙ୍କୁ ବିଭାଗ ପକ୍ଷରୁ ସଚେତନତା କରାଯାଉନାହିଁ ଯାହା ଫଳରେ ଲୋକେ ଠକ।ମି ର ଶିକାର ହେଉଛନ୍ତି । ବିଭାଗ ପକ୍ଷରୁ ଜନ ଗହଳି ହାଟ ବଜାର ଜାଗାରେ ବହୁଳ ସଚେତନତାର ଆବଶ୍ୟକତା ରହିଛି। ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେର। ଅଞ୍ଚଳ ଏଠା କାର ଲୋକେ ଶାନ୍ତ ସରଳ ଅଟନ୍ତି ଏହାର ସୁଯୋଗ ନେଇ ସାଉକାର ମାନେ ଆଦିବାସୀ ମାନଙ୍କର ଉତ୍ପାଦିତ ଦ୍ରବ୍ଯ ଗୁଡିକ କମ ଦରରେ କିଣି ବଜାରରେ ଚଢାଦରରେ ବିକ୍ରି କରିଥାନ୍ତି ଏପରିକି ଓଜନରେ ମଧ୍ୟ ଠକାମୀର ଶିକାର ହେଉଥିବାର ଅଭିଯୋଗ ହେଉଛି ସେମାନଙ୍କୁ ସେମାନଙ୍କର ଉଚିତ ପାରିଶ୍ରମିକ ଓ ମୁଲ ପାଇ ପାରୁ ନାହାନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More