ଗଜପତି(ସଂଘର୍ଷ ମିଡିଆ) : – ପ୍ରତିବର୍ଷ ଭଳି ଆସନ୍ତା ଡିସେମ୍ବର ୧୮ ରୁ ୨୨ ତାରିଖରେ ଆୟୋଜନ ହେବାକୁ ଥିବା ଗଜପତି ଉତ୍ସବ ୨୦୨୪ ପାଇଁ ସାଂସ୍କୃତିକ କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ସାଂସ୍କୃତିକ କମିଟି ର ଅଧ୍ୟକ୍ଷ ଗୁରୁ ରଘୁନାଥ ପାତ୍ର ଙ୍କ ଅଧ୍ୟକ୍ଷତା ରେ ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି ସୁରୁଖୁରୁ ରେ ଚାଲିବ ସେ ନେଇ ଆଲୋଚନା ହୋଇଥିଲା । ଜିଲ୍ଲାର ବିଭିନ୍ନ ମୋନୋନିତ ସାଂସ୍କୃତିକ ଅନୁଷ୍ଠାନ କେବଳ ଏଥିରେ ଅଂଶ ଗ୍ରହଣ କରିପାରିବେ । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ କଳାକାର ନିଜର କଳାକୃତି ଦେଖାଇବେ । ରାଜ୍ୟ ର 10 ଟି ଜିଲ୍ଲା ଯଥା କୋରାପୁଟ, ମାଲକାନଗିରି, ଗଞ୍ଜାମ ,ସମ୍ବଲପୁର, ପୁରୀ,ମୟୂରଭଞ୍ଜ, ର୍ଦ୍ଧା,ବରଗଡ଼,କଳାହାଣ୍ଡି,ନବରଙ୍ଗପୁର,ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସେମାନଙ୍କର ଲୋକ ନୃତ୍ୟ ବା ପାରମ୍ପରିକ ନୃତ୍ୟ ପରିବେଷଣ କରିବେ । ରାଜ୍ୟ ବାହାରୁ ପୂର୍ବାଞ୍ଚଳ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ତରଫରୁ ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ର ଦୁଇଟି ସାଂସ୍କୃତିକ ଦଳ ସେମାନଙ୍କର ପାରମ୍ପରିକ ନୃତ୍ୟ ପରିବେଷଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ତିନୋଟି ରାଜ୍ୟର ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ କରିବା ର କାର୍ଯ୍ୟକ୍ରମ ରହିଛି । ତେବେ ଏହି ପାଞ୍ଚ ଦିନ ର ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି ଦର୍ଶକଙ୍କୁ ପ୍ରଭାବିତ କରିବ ବା ମନୋରଞ୍ଜନ କରିବ ସେ ନେଇ ଆଲୋଚନା ହୋଇଥିଲା । ଉକ୍ତ କମିଟି ର ସଦସ୍ୟ ଡିସିପିଓ ଅରୁଣ ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ନୃସିଂହ ଚରଣ ପଟ୍ଟନାୟକ,ଆଦର୍ଶ ଦାସ୍,ହରିହର ପଟ୍ଟନାୟକ, ମନୋଜ ପାଢ଼ୀ, ସୁଭ୍ରାଶୁ ପଟ୍ଟନାୟକ,ନାଗେଶ୍ଵର ମହାପାତ୍ର,ଶିଶିର ଗୌଡ଼, ବାଳ କୃଷ୍ଣ ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ ।