ଗଜପତିରେ ସଂସ୍କୃତି ଭଵନ ନିର୍ମାଣ ହେବ କେବେ?

14

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଏକ କଳା ସଂସ୍କୃତିର ସହର ହୋଇଥିବା ବେଳେ ଏଠାରେ କଳାକାର ମାନଙ୍କ ସକାଶେ ସଂସ୍କୃତି ଭବନ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ।ସଂସ୍କୃତି ଭବନ ନିର୍ମାଣ ନ ହୋଇ ପାରିବା ଏକ ବିଡ଼ମ୍ବନାର ବିଷୟ ଅଟେ। ଏହା ସଂସ୍କୃତି ପ୍ରେମିଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ଜିଲ୍ଲାର କଳା ସଂସ୍କୃତିକୁ ଜାତୀୟ ଓ ଆନ୍ତଃର୍ଜାତୀୟ ସ୍ତରରେ ଓ ବିଶ୍ଵ ଦରବାରରେ କଳା ସଂସ୍କୃତିକୁ ପରିପୁଷ୍ପଟିତ କରି ନିଜର ପ୍ରତିଭାକୁ କଳାକାର ମାନଙ୍କର ଇଚ୍ଛା ଶକ୍ତି ରହିଛି।ଜିଲ୍ଲାର ଗୌରବ ଓ ଗର୍ବକୁ କଳାକାର ମାନେ ସୁନାମ ଅର୍ଜନ କରିପାରିଛନ୍ତି। ଜିଲ୍ଲାର ପ୍ରଥମ ରଙ୍ଗମଞ୍ଚ ନାଟକ ଅନୁଷ୍ଠିତ ହୋଇ ଥିବା ସହର କଳାକାର ମାନଙ୍କ ପାଇଁ କଳାକାର ମାନେ ଉତ୍ସ।ହିତ ଥିବା ବେଳେ ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସଂସ୍କୃତି ଭବନ ଟିଏ ହୋଇ ପାରିଲା ନାହିଁ।ଯାହା ଫଳରେ କଳାକାର ମାନଙ୍କର ଏବଂ ସଂସ୍କୃତି ପ୍ରେମୀ ମାନଙ୍କର ଅସନ୍ତୋଷ ଦିନକୁଦିନ ବଢ଼ିବାରେ ଲାଗିଛି ଏ ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ କେତେ ତତ୍ପରତା ଦେଖାଇବ ତାହା ଆଗକୁ ଦେଖାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More