ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଏକ ଆଦିବାସୀ ଅଧୁସିତ ପାହାଡ଼ ପର୍ବତ ଘେରା ଅଞ୍ଚଳ ଅଟେ। ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଚାଲିଛି ଏହାକୁସୁପରିଚାଳନା କରିବା ସକାଶେ ବିଭିନ୍ନ ବିଭାଗ ରହିଛି ଓ ବିଭିନ୍ନ ବିଭାଗର ପଦ ଅଧିକାରୀ ରହିଛନ୍ତି। କିନ୍ତୁ ବିଭାଗରେ କର୍ଯ୍ୟରତ କର୍ମଚାରୀଙ୍କ ଦୀର୍ଘ ବର୍ଷ ହେଲା ବଦଳି ହେଉ ନାହିଁ ଯାହା ଫଳରେ ସ୍ୱଚ୍ଛତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ସରକାରଙ୍କ ନିୟମ ଅନୁଯାୟୀ 3 ବର୍ଷ ହୋଇଗଲେ କ୍ଷେତ୍ର କର୍ମଚାରୀ ହେଉ କିମ୍ବା ଅଫିସ କର୍ମଚାରୀ ଅନ୍ୟତ୍ର ବଦଳି ହେବା ନିୟମ ରହିଛି। କିନ୍ତୁ ଦୀର୍ଘ ବର୍ଷ ହେଲା ବିଭାଗର କର୍ମଚାରୀ ବଦଳି ନ ହେବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାର ବିକାଶ ଓ ସ୍ୱଚ୍ଛତା ନେଇ ନୂତନ ସରକାର ତୁରନ୍ତ କର୍ମଚାରୀ ମାନଙ୍କୁ ବଦଳି କରିବା ସକାଶେ ସାଧାରଣରେ ଦାବୀ ହେଉଛି।