ଗଜପତିରେ ନୂତନ ଭାବେ ନିର୍ଯୁକ୍ତି ପାଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତାଲିମ

36

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରର କନଫେରାନ୍ସ ହଲ ଠାରେ ନୂତନ ଭାବେ ନିର୍ଯୁକ୍ତି ପାଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏସ ଆଇ ଆର ଡି ଓ ପଞ୍ଚାୟତିରାଜର ମିଳିତ ଆନୁକୂଲ୍ୟରେ ଏହି ତାଲିମ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ ମଇ 17 ତାରିଖରୁ ଆରମ୍ଭ ହୋଇ ଜୁନ 2 ତାରିଖ ପର୍ଯ୍ୟନ୍ତ ତାଲିମ ଦିଆଯିବ। ପଞ୍ଚାୟତକୁ କିପରି ସୁପରିଚାଳନା କରିବେ,ସରକାରଙ୍କ ବିଭିନ୍ନ ଯୋଜନାକୁ କିପରି ସୁପରିଚାଳନା କରିବେ ଓ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ତାଲିମ ପ୍ରଦାନ କରାଯାଉଛି।ଗଜପତି ଜିଲ୍ଲାର ସାତଟି ବ୍ଳକର ନୂତନ ଭାବେ ନିର୍ଯୁକ୍ତି ପାଇଥିବା 30 ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଶିକ୍ଷଣ ନେଉଛନ୍ତି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପୃଥିବୀରାଜ୍ ମଣ୍ଡଳ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ ପଟ୍ଟନାୟକ, PMIT ଦେବୀ ପ୍ରସାଦ ଅଧିକାରୀ, PMSD ଦେବେନ୍ଦ୍ର କୁମାର କର,DPM RGSA ତପନ କୁମାର ବାହୁବଳଭଦ୍ର ପ୍ରମୁଖ ମଞ୍ଚା ସିନ ଥିଲେ। ଏଲ.ଲିମା ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଫେକୂଲ୍ୟଟି DPRC ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ସମେତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More