ପୁରୀ(ସଂଘର୍ଷ ମିଡିଆ) : – ଖରିଫ ଋତୁ ସକାଶେ ଧାନ ମଣ୍ଡିର ଶୁଭ ଉଦଘାଟନ ହେଲା । ସାତ ତାରିଖରେ କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଧାନ ମଣ୍ଡିକୁ ଗଲା ନାହିଁ କି ସମବାୟ ସମିତି ଜରୀଆରେ ଚାଷୀର ଧାନ କ୍ରୟ କରାଗଲା ନାହିଁ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନୀୟତିନ୍ତ୍ର ବଜାର କମିଟି ପରିସରରେ ଧାନ ମଣ୍ଡିର ମହାଆଡମ୍ବରରେ ଶୁଭ ଉଦ୍ ଘାଟନ ହୋଇଯାଇଛି, କିନ୍ତୁ ଚାଷୀଙ୍କ ଧାନ ମଣ୍ଡିକୁ ଆସୁନାହିଁ କି ସମବାୟ ସମିତି ଜରୀଆରେ ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ କ୍ରୟ କରାଯାଇ ନାହିଁ ଏହି ବିଷୟ କେହି ପଚାରିବା ସକାଶେ ଯୋଗାଣ ଅଧିକାରୀଙ୍କୁ ଯୋଗ। ଯୋଗ କରିଥିଲେ ସୁଧ। ଫୋନ ଉଠାଇ ନଥିଲେ। ଆଗକୁ ମକର ସଂକ୍ରାନ୍ତି ଥିବାରୁ ଚାଷୀଙ୍କ ଅର୍ଥ ଆବଶ୍ୟକତା ରହିଥିବା ବେଳେ ଚାଷୀଙ୍କ ଧାନ କ୍ରୟ ନ କରିବା ଚାଷୀ ଦୁଃଖ ପ୍ରକାଶ କରିଛନ୍ତି। ତା ସାଙ୍ଗକୁ ସଂକ୍ରାନ୍ତି ଯୋଗୁଁ ଖଲାସୀ ଆସି ପାରିବେ ନାହିଁ । ତେବେ ମିଲ ଖୋଲ। ହେଲେ ଚାଷୀ ଙ୍କ ଧାନ ଓହ୍ଲାଇବ କିଏ ଏହିଭଳି ବିଭିନ୍ନ ସମସ୍ୟା ଉପୁଜିପ।ରେ ଚାଷୀଙ୍କ ଚିନ୍ତା ବା ସମସ୍ୟା ସୃଷ୍ଟି ହୋଇପାରେ ଚଳିତ ବର୍ଷ ମିଲର ସମସ୍ୟା ଯୋଗୁଁ ଏହି ଭଳି ସମସ୍ୟା ଉପୁଜିଛି ବୋଲି ଜଣା ପଡିଛି । ଚାଷୀଙ୍କୁ ଅଖ। ଆଜି ପର୍ଯ୍ୟନ୍ତ ଦିଆ ଯାଇ ନାହିଁ କି ପରିବହନ ସକାଶେ କିଛି କୁହାଯାଇ ନାହିଁ ନୂତନ ସରକାର ଚାଷୀଙ୍କ ସକାଶେ ଚଳିତ ଥର ଧାନର ମୂଲ୍ୟ ବଡ଼ାଇ ଥିବା ବେଳେ ଚାଷୀ ଖୁସି ଥିଲା ବେଳେ ଧାନ କ୍ରୟ କରିବ। ବିଲମ୍ୱ ଚାଷୀଙ୍କ ଖୁସି ଦିନକୁ ଦିନ ମଳିନ ପଡ଼ିଯାଉଛି ତେଣୁ ଯଥ। ଶିଘ୍ର ଚାଷୀଙ୍କ ଧାନ କ୍ରୟ କରିଲେ ଚାଷୀ କୁଳ ଉପକୃତ ହେବେ ବୋଲି ନୂତନ ସରକାରଙ୍କୁ ଗୁହାରି କରିଛନ୍ତି ।