ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡ଼ା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମତାତି ଲାଗି ରହିଛି। ଗତ ଦୁଇ ଦିନ ହେଲା ସାରା ନୂଆପଡ଼ା ଜିଲ୍ଲାରେ ଅଗ୍ନିବର୍ଷା ହୋଇ ଜଳୁଛି । ବିଶେଷ କରି ଜିଲ୍ଲାରେ ଟାଣ ଖରା ସାଙ୍ଗକୁ ପ୍ରବଳ ଗ୍ରୀଷ୍ମତାତି ଓ ଅଘୋଷିତ ବିଦ୍ୟୁତକାଟ ଲୋକଙ୍କ ଜନଯିବକୁ ଅସ୍ତବ୍ୟସ୍ତ କରିଦେଇଛି । ଏଥିସହ ପ୍ରବଳ ଖରା ସାଙ୍ଗକୁ ଉତ୍କଟ ପାନୀୟଜଳ ସମସ୍ୟା ନୂଆପଡ଼ା ଜିଲ୍ଲାବାସୀଙ୍କ ସମସ୍ୟାକୁ ଆହୁରି ଦୁଇଗିଣୀତ କରିଦେଇଛି । ସକାଳ ୯ ଘଣ୍ଟା ରୁ ଅପରାହ୍ନ ୪ ଘଣ୍ଟା ଯାଏ ପ୍ରବଳ ଖରା ଲାଗିରହିଛି। ଜିଲ୍ଲାର ଖରୀଆର, କୋମନା ,ବୋଡ଼େନ ,ସିନାପାଲି ଓ ନୂଆପଡ଼ା ବ୍ଲକ ରେ ରାସ୍ତା ଘାଟ ଶୂନଶାନ ଲାଗୁଥିବା ବେଳେ ଦୁକାନ୍ ବଜାର ମଧ୍ୟ ବନ୍ଦ ରହୁଥିବା ଦେଖିବାକୁ ମିଳିଛି । ପ୍ରବଳ ଖରାରୁ ମୁକ୍ତି ପାଇବା ପାଇଁ ଅନେକଲୋକ ମୁଣ୍ଡରେ ଓ ମୁଁହରେ କନା ଗୁଡେଇ ଜତାୟତକରୁଛନ୍ତି । ସେହିଭଳି ପ୍ରବଳ ଖରାରୁ ମୁକ୍ତି ପାଇବା ପାଇଁ ଥଣ୍ଡା ପାନୀୟ ଜଳ,ଆଖୁରସ ଓ ଲସି ଦୁକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଏଯାଏଁ ପ୍ରଶାସନ ତରଫରୁ ଜଲଛତ୍ର ଟିଏ ମଧ୍ୟ ଖୋଲା ହୋଇନଥିବା ସ୍ଥାନୀୟ ଲୋକମାନେ ଅଭିଯୋକ କରିଛନ୍ତି ।ଏ ବର୍ଷ ଖରା ଅନ୍ୟବର୍ଷ କୁ ମଧ୍ୟ ଟପିଯିବ ବୋଲି ସ୍ଥାନୀୟ ଲୋକମାନେ ଆଶଙ୍କା କରିଛନ୍ତି । ଅପରପକ୍ଷେ , ପ୍ରବଳ ଗରମକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜଲଛତ୍ର ଖୋଲାଯିବା ସହ ପାନୀୟଜଳ ର ସୁବ୍ୟବସ୍ଥା କରାଯାଇଛି ।ଏଥିସହ ଜିଲ୍ଲା ସମସ୍ତ ସରକାରୀ ଡାକ୍ତରଖାନାରେ ଅଂଶୁଘାତର ମୁକାବିଲା ପାଇଁ ଅଂଶୁଘାତ ନିରାକରଣ ପ୍ରକୋଷ୍ଟ ଖୋଲାଯାଇଥିବା ଜିଲ୍ଲାପାଳ କହିଛନ୍ତି। ନୂଆପଡ଼ା ଜିଲ୍ଲାରୁ ମେଘନାଦ ନାୟକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।