କୋଭିଡ଼ି ସଚେତନ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

40

Get real time updates directly on you device, subscribe now.

କୋରାପୁଟ (ସଂଘର୍ଷ ମିଡିଆ) : -ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତର ପତାକା ଦେଖାଇ କୋଭିଡ଼ି ସଚେତନ ରଥର ଶୁଭାରମ୍ଭ କରିଛନ୍ତି । ଏହି ସଚେତନ ରଥର ମୂଳ ଲକ୍ଷ୍ୟ କୋଭିଡ଼ିର ଉପଯୁକ୍ତ ଆଚରଣ ବିଧି ସମ୍ପର୍କରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରିବା । କିପରି ଲୋକେ କୋଭିଡ଼ି ନିୟମ ପାଳନ କରିବେ ଏବଂ କୋଭିଡ଼ି ଗାଇଡ଼ ଲାଇନ କଅଣ କଅଣ ସବୁ ରହିଛି, ସେସବୁ ବିଷୟରେ ଏହି ରଥ ଗାଁ ଗାଁ ଓ ଘର ଘର ବୁଲି ଲୋକଙ୍କୁ ବୁଝେଇବ । ତେବେ ଯାହା ଜଣାପଡୁଛି କୋଭିଡ଼ି ବେଳେ ଜିଲ୍ଲାପାଳଙ୍କ ଏହି ସୁନ୍ଦର ପଦକ୍ଷେପ ଜନସାଧାରଣଙ୍କ ପାଇଁ ବେଶ ସହାୟକ ହେବ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଏଡିଏମ ଦେବେନ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଏସଡିପିଓ ଗୁଣନିଧି ମଲ୍ଲିକ , ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ, ଆଇଆଇସି ଧିରେନ ପଟ୍ଟନାୟକ ଏବଂ ୟୁନିସେଫର ସନ୍ତୋଷ ବେହେରା ଉପସ୍ଥିତ ଥିଲେ । କେବିକେ ଜିଲ୍ଲା ଜୋନାଲ ହେଡ ଜ୍ୟୋତ୍ସ୍ନା ରାଉଳ ସଙ୍ଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More