ଆରଡ଼ି ( ସଂଘର୍ଷ ମିଡିଆ ) : ବାବାଙ୍କ ଦର୍ଶନରୁ ବଞ୍ଚିତ ହେବେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ । ଜିଲ୍ଲା ପ୍ରଶାସନ ଅନୁମତିରେ ମିଳିଲା ୪ ପଂଚାୟତ ବାସୀଙ୍କୁ ବାବାଙ୍କ ଦର୍ଶନ। ଆରଡ଼ି ,ସୁନ୍ଦରପୁର, ନାନ୍ଦପୁର,ଓଳଗ ଗ୍ରାମବାସୀଙ୍କୁ ଆଧାର କାର୍ଡ ମାସ୍କ ବାଧ୍ୟତାମୂଳକ। ଆଜି ପବିତ୍ର ମହାଶିବରାତ୍ରି ଚଳ ଚଞ୍ଚଳ ହୋଇଥାନ୍ତା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠ।ହେଲେ ଚଳିତ ବର୍ଷ ମହାମାରୀ କୋରନା ଲାଗି ଆଖଣ୍ଡଳମଣି ପୀଠ ନିଶବ୍ଦ ପାଲଟି ଯାଇଛି । ଭକ୍ତ ଓ ଭଗବାନଙ୍କ ମଝିରେ ଦାଉ ସାଧିଛି ମହାମାରୀ କୋରନା । ଶଙ୍ଖ ହୁଳହୁଳି ଘଣ୍ଟ କୀର୍ତ୍ତନ ରେ ପ୍ରକମ୍ପିତ ହେଉଥିବା ବାବାଙ୍କ ମନ୍ଦିର ବେଢ଼ା ସମେତ ମୁଖ୍ୟ ବଜାର ଆଜି ଖାଁ ଖାଁ ଲାଗୁଛି।ପୀଠକୁ ସଂଯୋଗ କରୁଥିବା ସମସ୍ତ ନଦୀ ଘାଟ ଏବଂ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା କୁ ପୋଲିସ ପ୍ରଶାସନ ତରଫରୁ ବନ୍ଦ କରାଯାଇଛି ।ଆଖଣ୍ଡଳମଣି ପୀଠରେ ମଧ୍ୟ ୧୪୪ ଧାରା ଜାରିକରାଯାଇଛି ।ଯେପରି କୌଣସି ଭକ୍ତ ଆଖଣ୍ଡଳମଣି ପୀଠକୁ ଆସିପାରିବେ ନାହିଁ ।ଆଜି ଭୋର ୪ ଟା ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତି ପହିଲି ଘର୍ଷଣ ପରେ ପରେ ସାହାଣ ମେଳା ରାତ୍ର ୧ ଟାରେ ବାବାଙ୍କ ସୁନା ବେଶ ଏବଂ ଭୋର ୪ ଟା ୩୦ ରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ । ସୀମିତ ସେବାୟତ ମାନେ ମନ୍ଦିର ପରିସରରେ ମାସ ପରିଧାନ କରିବେ ।ସାମାଜିକ ଦୂରତା ବଜାଇ ରଖିବେ ।ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ଏସପି , ଜଣେ ଡିଏସପି, ୨ ଜଣ ଇନସପେକ୍ଟର, ୩ଜଣ ଏ.ଏସ.ଆଇ , ୨୪ଜଣ ହାବିଲଦାର , ୮ସେକସନ ଫୋର୍ସ ମୁତୟନ ହୋଇଛି ଧାମନଗର ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଚଳିତ ଜାଗର ଯାତ୍ରାରେ ଆଖଣ୍ଡଳମଣୀଙ୍କ ସୁନାବେଶ ଦର୍ଶନରୁ ଲକ୍ଷାଧିକ ଭକ୍ତ ବଂଚିତ ହେବେ । ତେଣୁ ଭକ୍ତଙ୍କ ମନକୁ ଶକ୍ତ ଆଘାତ ଲାଗିଛି । ଆରଡ଼ି ଆଖଣ୍ଡଳମଣି ପୀଠରୁ ସିଦ୍ଧିରମୟ ସାହୁଙ୍କ ରିପୋର୍ଟ।