କେନ୍ଦ୍ରାପଡ଼ା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତତ

24

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶାଳୟର ସଦଭାବନା ଗୃହରେ ମାନ୍ୟବର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ସଂକ୍ରାନ୍ତୀୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ କେନ୍ଦ୍ରାପଡ଼ା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସାମନା କରିଆସିଛି।ତେଣୁ ସମ୍ଭାବ୍ୟ ବନ୍ୟା,ବାତ୍ୟା ଓ ମରୁଡ଼ିକୁ ଦୃଷ୍ଟିରେ ରଖି ଏହାର ସଫଳ ମୁକାବିଲା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବ ନିର୍ବାଚିତ ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ୱର ବେହେରା, ରାଜନଗରର ବିଧାୟକ ଧ୍ରୁବ ଚରଣ ସାହୁ, ମହାକାଳପଡ଼ାର ବିଧାୟକ ଦୁର୍ଗା ପ୍ରସନ ନାୟକ,ସମସ୍ତ ବ୍ଲକ୍ ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟିର ଚେୟାରମ୍ୟାନ୍‌, ଜନ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନୀଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପୀତାମ୍ବର ସାମଲ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର ପ୍ରଧାନ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପଲ୍ଲବୀ ପାତ୍ର,ସମସ୍ତ ତହସିଲଦାର, ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ଡିପାର୍ଟମେଂଟ୍‌ର ଅଧିକାରୀ, ଅଗ୍ନିଶମ ବିଭାଗ, ଭାଗୀଦାର ନୋଡାଲ ଏନ୍‌ଜିଓର କର୍ମକର୍ତା ପ୍ରମୂଖ ଉପସ୍ଥିତ ଥିଲେ।ନବନିର୍ବାଚିତ ବିଧାୟକମାନେ କହିଥିଲେ, ଆମେ ଭିନ୍ନ ଭିନ୍ନ ଦଳରେ ରାଜନୀତି କରୁଛୁ ସତ, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମେ ସମସ୍ତେ ଏକ।ଆମେ ସମସ୍ତେ ମିଳିମିଶି ଜିଲ୍ଲା ପ୍ରଶାସନ ସହ ହାତରେ ହାତ ମିଶାଇ ବିପର୍ଯ୍ୟୟର ମୁକାବିଲା କରିବୁ ।ଜିଲ୍ଲାପାଳ ଶ୍ରୀଯୁକ୍ତ ବିକାଶ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଥିଲେ, ରାଜ୍ୟ ସରକାରଙ୍କ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତଙ୍କ ସହଯୋଗ କରିବା ପାଇଁ ବୈଠକରେ ଆହ୍ୱାନ ଜଣାଇଥିଲେ । କେନ୍ଦ୍ରାପଡ଼ାରୁ ମଧୁସୂଦନ ନାଥଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More