କେନ୍ଦ୍ରାପଡ଼ାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲା କେନ୍ଦ୍ରୀୟ ଟିମ

38

Get real time updates directly on you device, subscribe now.

କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : ବାତ୍ୟା ୟାସରେ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଭିତରକନିକା ଓ ରାଜକନିକା ବ୍ଲକ ର ବିଭିନ୍ନ ଅଞ୍ଚଳର ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ । କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ସ୍ଥାନୀୟ ବିଧାୟକ ଧ୍ରୁବ ଚରଣ ସାହୁ, ରାସ୍ତା, ଜଙ୍ଗଲ ଓ ବିଦ୍ୟୁତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନେତୃମଣ୍ଡଳୀ କେନ୍ଦ୍ରୀୟ ଟିମର ଏହି ପରିଦର୍ଶନ ସମୟରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ବିଶେଷକରି ରାଜନଗର ବ୍ଲକର ନଳିତାପାଟିଆରୁ ତାଳଚୁଆ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟି,ରାସ୍ତା ସହ ହେନ୍ତାଳ ବଣର କ୍ଷୟକ୍ଷତି ହୋଇଥିବା କେନ୍ଦ୍ରୀୟ ଅଧିକାରୀ ମିଡ଼ିଆକୁ କହିଥିବା ବେଳେ ପୁନଃରୁଦ୍ଧାର ଲାଗି ଜଙ୍ଗଲ ବିଭାଗର ଅଧିକ ଗୁରୁତ୍ୱ ରହିଥିବା କହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାପାଳ ପୂର୍ବରୁ 70 କୋଟି ଟଙ୍କାର କ୍ଷୟକ୍ଷତି ଆକଳନ ରିପୋର୍ଟ ପଠାଯାଇଥିବା ବେଳେ ଆଜିର ସ୍ଥିତି ସମୀକ୍ଷାରୁ ପ୍ରାୟ 90କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯିବା ସହ ରିପୋର୍ଟ କରାଯିବ କହିଛନ୍ତି । ଅନ୍ୟପଟେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କେନ୍ଦ୍ରୀୟ ଟିମ ଆଗରେ ବାତ୍ୟା ଆଶ୍ରୟ ସ୍ଥଳୀ ସଂଖ୍ୟା ବୃଦ୍ଧି କରିବା ସହ, ସମୁଦ୍ରକୂଳିଆ ଅଂଚଳରେ ହେନ୍ତାଳ ବଣ ସୃଷ୍ଟି ସହ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟର ପୁନଃରୁଦ୍ଧାର ସହ ବିଦ୍ୟୁତ ଖୁଣ୍ଟି ବସାଇ ବିଦ୍ୟୁତ ସେବା ଯୋଗାଇଦେବା ଓ ଭିତରକନିକା କୁମ୍ଭୀର ସୁରକ୍ଷା ଓ କ୍ଷତିଗ୍ରସ୍ତ ଚାଷୀଙ୍କ ପ୍ୟାକେଜ ଘୋଷଣା କରିବାକୁ କେନ୍ଦ୍ରୀୟ ଟିମ ଆଗରେ ଦାବୀ ରଖିଥିବା ସୂଚନା ଦେଇଛନ୍ତି । ରାଜନଗର ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More