କଟକ ( ସଂଘର୍ଷ ମିଡିଆ ) : କକଟକର ରେଭେନ୍ସା କଲେଜିଏଟ ସ୍କୁଲ ଅଡିଟୋରିଅମ ଠାରେ କାୟାକଳ୍ପ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଆକାଶବାଣୀ ର ସହକାରୀ ନିର୍ଦେଶକ ଡକ୍ଟର ତପନ ଦତ୍ତ ସଭାପତିତ୍ୱ କରିଥିଲେ । ଏହି ସମାରୋହରେ କମଳା ନେହେରୁ ମହିଳା ମହାବିଦ୍ୟାଳୟ ର ଅଧକ୍ଷା dr namita pattnaik, revenshaw collegiate ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ dr ଅନୁସ୍ମିତା ସ୍ବାଇଁ, ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା pattnaik, ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସୁପରିଚିତ ମଞ୍ଚ , ବେତାର, ଦୂରଦର୍ଶନ ନାଟ୍ୟଶିଳ୍ପୀ ପଦ୍ମଶ୍ରୀ dr ରଜତ କରଙ୍କୁ ” କୃପାସିନ୍ଧୁ କଳା ସମ୍ମାନ ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଓମ ପ୍ରକାଶ ମହାନ୍ତି , ଏବଂ ଏଥିରେ ସହଯୋଗ କରିଥିଲେ ପ୍ରାଧ୍ୟାପିକା ଚିନ୍ମୟୀ ମହାନ୍ତି ଓ ସଂଗ୍ରାମ ମହାପାତ୍ର । ପଦ୍ମଶ୍ରୀ dr ରଜତ କରଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କର ମାନପତ୍ର କୁ ପଠନ କରିଥିଲେ ଆକାଶବାଣୀ ର ଉପସ୍ଥାପିକା ବିଜୟଲଷ୍ମୀ ପତ୍ରୀ । ଏଥିସହିତ ranihat highschool ର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ dr ସଂଘମିତ୍ରା ଦେଓଭଞ୍ଜ ଙ୍କୁ ‘ ଗିରିଶ ପଟନାୟକ ଶିକ୍ଷା ସମ୍ମାନ ” , ଗୀତିକାର ରାଜକିଶୋର ସ୍ବାଇଁ ଙ୍କୁ ” ବ୍ରଜକିଶୋରେ ସମ୍ମାନ ” , ହେମଲତା ଦଲାଇ ଙ୍କୁ କୟାକଳ୍ପ ଗୃହିଣୀ ସମ୍ମାନ ପ୍ରଦାନ କରାଯାଇଥିଲା ।ଏଥିରେ ଗୀତା ପ୍ରଧାନଙ୍କର ପୁସ୍ତକ ‘ ଭାବର ଠାକୁର ଲୁହର ଠାକୁର ‘ , ନନ୍ଦକିଶୋର ଦଳାଇ ଙ୍କର ‘ଜ୍ଞାନ ଉଦୟ ଉପଦେଶ ‘ ଓ ପ୍ରାଧ୍ୟାପିକା ଚିନ୍ମୟୀ ମହାନ୍ତି ଙ୍କର ଗୀତି ସଂକଳନ “ସ୍ୱର ଶୃଙ୍ଗାର ” ଲୋକାର୍ପିତ ହୋଇଥିଲା । ଏହି ସମାରୋହରେ ଆକାଶବାଣୀ ର ପୂର୍ବତନ ସହକାରୀ ନିର୍ଦେଶକ dr ଦୀପକ ସାମନ୍ତରାୟ, କାର୍ଯ୍ୟକ୍ରମ ନିଷ୍ପାଦିକା ସୁମିତ୍ରା ମହାପାତ୍ର , ଗୀତିକାର ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ଶ୍ରୀକାନ୍ତ ପରିଜା ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଅନୁଷ୍ଠାନକୁ ପରିଚଳନା କରିଥିଲେ ସମ୍ପାଦକ ତ୍ରିଲୋଚନ ଦାଶ୍ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିପିନ ବିହାରୀ ଶତପଥି ।