ଜଗତସିଂହପୁର ( ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପ୍ରାଣୀ ଚିକିତ୍ସାଳୟ ତରଫରୁ ରୋହିଆ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ୨୦ ଜଣ କୁକୁଡା ପାଳନ ଚାଷୀଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ବେହେରା, ରୋହିଆ ପଞ୍ଚାୟତ ସରପଞ୍ଚ ଶିବ ପ୍ରସାଦ ନାୟକ, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ଏହି ଶିବିରରେ କୁକୁଡା ପାଳନ ବିଷୟରେ ନାଉଗାଁ ପ୍ରାଣୀ ଚିକିତ୍ସାଳୟର ଡକ୍ଟର ରାଜା ଉଦୟ ଭାନୁ ରାଉତ, ଡକ୍ଟର ଶୁଭେନ୍ଦୁ ରଞ୍ଜନ ସେଠି ଓ ଚାନ୍ଦପୁର ପ୍ରାଣୀ ଚିକିତ୍ସାଳୟର ଡକ୍ଟର ଅନ୍ନଦା ଦାସ କୁକୁଡା ଚାଷୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଏହି ତାଲିମ୍ ଶିବିର ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ଏହି ଶିବିରକୁ ପ୍ରାଣୀଧନ ନିରୀକ୍ଷକ ସଂଗ୍ରାମ କେଶରୀ ରାଉତ ଓ ସଚ୍ଚିଦାନନ୍ଦ ପୋଥାଳ ପରିଚାଳନା କରିଥିଲେ। ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।