ବରଗଡ ( ସଂଘର୍ଷ ମିଡିଆ ) : ବରଗଡ଼ ସାଂସଦ ସୁରେଶ ପୂଜାରୀ କାଲିଆ ଯୋଜନା ଉପରେ ଆଜି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାରେ ବିଜେଡି ସରକାରଙ୍କ କାଲିଆ ଯୋଜନା ଓଡ଼ିଶା ବାସୀଙ୍କୁ ପ୍ରହସନ । ଏହି ଯୋଜନାରେ ସମସ୍ତ ଚାଷୀ ଓ ଭୂମିହୀନଙ୍କୁ ସାମିଲ କରାଯାଇ ନାହିଁ। ଏଥିରେ ବହୁତ ଗୁଡ଼ିଏ ଅଯୋଗ୍ୟ ବ୍ୟକ୍ତି ମାନଙ୍କୁ ସାମିଲ କରାଯାଇ କାଲିଆ ଯୋଜନାରେ ଟଙ୍କା ପାଇଛନ୍ତି। ଏହି ଯୋଜନାରେ ଯେଉଁ ଅଯୋଗ୍ୟ ମାନେ ଟଙ୍କା ନେଇଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।