ରାଜଗାଙ୍ଗପୁର (ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ସରକାରୀ ଚିକିତ୍ସାଲୟରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଉଦାସୀନତା ମନଭାବ ପ୍ରଦର୍ଶନ କରୁଥିବାରୁ ଏହାର ପ୍ରତିବାଦରେ କଳା ବ୍ୟାଚ ପରିଧାନ କରିଥିଲେ । ସେମାନେ କେବଳ ଚିକତ୍ସାଲୟକୁ ଆସିଥିବା ରୋଗୀଙ୍କୁ ମେଡ଼ିସିନ ଡିଷ୍ଟ୍ୟୁବୁଟ ଛଡା ଆଉ କୌଣସି କାର୍ଯ୍ୟ କରିବା ପାଇଁ ବନ୍ଦ କରିଥିଲେ । ସରକାର ଫାର୍ମାସିଷ୍ଟ ସଙ୍ଘ ପକ୍ଷରୁ ଦାବୀ ହେଇଥିବା ଉଚିତ ନ୍ୟାୟ ସହ ସୁବିଧା ସୁଯୋଗକୁ ଯେ ପର୍ଯ୍ୟନ୍ତ ସମାଧାନ ପାଇଁ ପ୍ରତିଶୃତି ଦେବେନାହିଁ କାର୍ଯ୍ୟ ଠପ ରହିବ ବୋଲି ଚେତାବନୀ ଦେଇଥିଲେ । ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।