କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନୂତନ କୁଲପତି ପ୍ରଫେସର ସଂଜୟ କୁମାର ଶତପଥୀିଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
କଳାହାଣ୍ଡି ( ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସହର ଭବାନୀପାଟଣା ଏଠାରେ ଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନୂତନ କୁଲପତି ପ୍ରଫେସର ସଂଜୟ କୁମାର ଶତପଥୀିଙ୍କ ଦ୍ଵାରା ବିଶ୍ଵବିଦ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଭିନ୍ନ ଦିଗ ସମସ୍ୟା ଉପରେ ସୂଚନା ଦେଇଥିଲେ। ବିଶ୍ଵବିଦ୍ୟାଳୟ ପାଇଁ ଅତି କମରେ ୧୦୦ ଏକର ଜମିର ଆବଶ୍ୟକ ସାଙ୍ଗକୁ ଆଦିବାସୀ ପାଠ୍ୟକ୍ରମ ଉପରେ ଏକ ଉନ୍ନତ ବିଭାଗ, ଅନୁବାଦ ପାଠ୍ୟକ୍ରମ ବିଭାଗ , ପି ଏଚଡ଼ି ବିଭାଗ, ଯୁଗ ଉପଯୋଗୀ ନୂତବ ପାଠ୍ୟକ୍ରମ ଉପରେ ସୂଚନାପ୍ରଦାନ ପୂର୍ବକ ବିଷଦ ଆଲୋଚନା କରିଥିଲେ।କଳାହାଣ୍ଡି ସହ ଓଡ଼ିଶାର ଐତିହା ରଖିଥିବା ଗୁଡ଼ହାଣ୍ଡି ଉପରେ ଗବେଷଣା ସାଙ୍ଗକୁ ଭବାନୀପାଟଣା ସହରର ମଧ୍ୟ ଭାଗରେ ଥିବା ଆଶା ସାଗର କୁ ଏକ ପୋଷ୍ୟ ପୋଖରୀ ରୂପେ ଗ୍ରହଣ କରିବା ନିମନ୍ତେ ଏକ ପ୍ରସ୍ତାବ ଥିବା ପ୍ରଫେସର ଶ୍ରୀ ଶତପଥୀ କହିଥିଲେ। ଏଥିସହ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଅଧୀନରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ର ମୋଟ ୪୭ମହାବିଦ୍ୟାଳୟକୁ ଉନ୍ନତ ବିକାଶଶୀଳ କରାଇବା ପାଇଁ ଚେଷ୍ଟାକରିବେ । ଏହା ସାଙ୍ଗକୁ ସ୍ଵୟଶାସିତ ମହାବିଦ୍ୟାଳୟର ବିଭିନ୍ନ ଅସୁବିଧା ମଧ୍ୟରେ ଅଧ୍ୟାପକ ଅଭାବ ଦୁର କରିବା ପାଇଁ ଚେଷ୍ଟାକରିବେ । ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ଵବିଦ୍ୟାଳୟର ରେଜିଷ୍ଟାର ପଦ୍ମଲୋଚ ନ ଭୁଏ । ଡଃ ଜୟଦେବ ସାହୁ , ଅଖିଳ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।