ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : କରୋନା ମହାମାରୀର ତାଲାବନ୍ଦ ଓ ସଟଡାଉନ ଭିତରେ ଯେପରି ସାଧାରଣ ଗ୍ରାହକ ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ସେଥିଲାଗି ପଟ୍ଟାମୁଣ୍ଡାଇ ବଜାରରେ ଚାଲିଛି ଅତର୍କିତ ଯାଞ୍ଚ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ, ଡ୍ରଗ,ଇନ୍ଧନ ଭଳି 4ଟି ବିଭାଗର ଅଧିକାରୀଙ୍କୁ ନେଇ ଆଜି ପଟ୍ଟାମୁଣ୍ଡାଇ ବଜାରର ବିଭିନ୍ନ ଦୋକାନ ଓ ଅତ୍ୟାବଶକୀୟ ସାମଗ୍ରୀ ଯେପରି ଔଷଧ ଦୋକାନ, ଗ୍ୟାସ୍ ଏଜେନ୍ସ, ପେଟ୍ରୋଲ ପମ୍ପ, ଆଳୁ ପିଆଜ ଗୋଦାମ ଓ ଆହାର କେନ୍ଦ୍ର ଗୁଡିକୁ ବୁଲି ବୁଲି ତଦାରଖ କରିବା ସହ ଦରଦାମ ବିଷୟରେ ବୁଝିଥିଲେ । ଜିଲ୍ଲା ସହକାରୀ ଅଧିକାରିଣୀ ରଶ୍ମିତା ସାହୁ, ACSO ମନୁଶ୍ରୀ ବିଶ୍ବାଳ, Senior inspector ଏ.କେ ପ୍ରଧାନ. ଖାଦ୍ୟ ନିରାପତ୍ତା ଅଧିକାରୀଣି ସଶ୍ମିତା ଦାସ ପ୍ରମୁଖ ଉଚ୍ଚ ପଦାଧିକାରୀମାନେ ପଟ୍ଟାମୁଣ୍ଡାଇ ବଜାରର ସମସ୍ତ ଦୋକାନ ଗୁଡ଼ିକୁ ଦରଦାମ ପ୍ରତି ସାବଧାନ ରହିବାପାଇଁ ପରାମର୍ଶ ଦେଇଥିଲେ ।ଆହୁରି ତାଗିଦ୍ କରି କହିଥିଲେ ଯେଉଁ ବ୍ୟକ୍ତିମାନେ ସରକାରଙ୍କ ଦର ଦାମ୍ ଠାରୁ ଚଢା ଦରରେ ସାମଗ୍ରୀ ବିକ୍ରି କରନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଯିବା ସମୟରେ ପଟ୍ଟାମୁଣ୍ଡାଇ ଆହାର କେନ୍ଦ୍ରରେ ପ୍ରସ୍ତୁତ ହୋଇଥିବା ରନ୍ଧାଖାଦ୍ୟ ଓ ସୁଖିଲାଖାଦ୍ୟ ଯଥା ଚାଉଳ,ଡାଲି, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଲୁଣ ଓ ସୋରିଷ ତେଲ କିଛି କିଛି ଶାମ୍ପୁଲ ଟେଷ୍ଟ ପାଇଁ ନେଇଥିବାର ନଜରକୁ ଆସିଛି।(ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)