କରୋନା ଯୋଦ୍ଧାଙ୍କୁ କରୋନା କିଟ୍ ବଣ୍ଟନ

50

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ ) : କରୋନା ମହାମାରୀ ସମୟରେ ସେବା କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନକୁ ରାଜ୍ୟ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି।ଏହି ଯୋଦ୍ଧା ମାନଙ୍କୁ ଦିଲ୍ଲୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଂଞ୍ଜ୍ ପକ୍ଷରୁ ଆଜି ବିରିଡି ବ୍ଲକ ସ୍ଥିତ ମଙ୍ଗୁଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବସୁମାତା ଅନୁଷ୍ଠାନ ସହାୟତାରେ କରୋନା ଯୋଦ୍ଧା ମାନଙ୍କୁ କରୋନା କିଟ୍ ବଣ୍ଟନ କରାଯାଇଛି।ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନ୍ ଟେଣ୍ଡେଣ୍ଟ ଡ଼ା-ରାକେଶ କୁମାର ମହାନ୍ତି, ବାଗଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା-ଶୁଭଦର୍ଶିନ ଦାଶ ଓ ବସୁମାତା ସମ୍ପାଦକ ଗୟାଧର ମହାନ୍ତି ଏହି କିଟ୍ ବଣ୍ଟନ କରିଥିଲେ।ଏଥିରେ ଆଗଧାଡିର ୧୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ୨ଜଣ ଡାକ୍ତର,୪ଜଣ ଫିମେଲ ୱାର୍କର,୪ଜଣ ମେଲ ୱାର୍କର ଓ ୨୩ଜଣ ଆଶା କର୍ମୀଙ୍କୁ ଏହି କିଟ୍ ବଣ୍ଟନ କରାଯାଇଥିଲା।ଏହି କିଟ୍ ରେ ମାକ୍ସ,ସାନିଟାଇଜର, ଥର୍ମୋମିଟର, ଅଂନ୍ସିମିଟର,ଓଆରଏସ,ଔଷଧ , ଭିଟାମିନ,ଗ୍ଲୋବସ, ଆଦିରହିଛି।ତେବେ ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ମାନଙ୍କୁ ଏହି କରୋନା କିଟ୍ ବଣ୍ଟନ କରାଯିବ ବୋଲି ବସୁମାତାର ସମ୍ପାଦକ କହିଛନ୍ତି।ଏହି କାର୍ଯ୍ୟକ୍ରମଙ୍କୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନ୍ ଟେଣ୍ଡେଣ୍ଟ ଡ଼ା- ଶ୍ରୀ ମହାନ୍ତି ପ୍ରଶଂସା କରିଛନ୍ତି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More