କରୋନା ମହାମାରୀ ସମୟରେ ସୁପର ମ୍ୟାନ ଶ୍ୟାମସୁନ୍ଦର ଅଗ୍ରୱ୍ଵାଲ

43

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : ସମଗ୍ର ଦେଶରେ ମହାମାରୀ କରୋନାର ଦ୍ୱତୀୟ ଲହରୀ ମାଡ଼ ଚାଲିଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି । ଏହି ମହାମାରୀ ପାଖରୁ ମାନବ ସମାଜ କିପରି ମୁକ୍ତ ହୋଇ ପାରିବ ସବୁ ସ୍ଥରରେ ଏହାରୀ ପ୍ରୟାସ ଜାରି ରହିଛି। ଜନସଚେତନ କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ଲକଡ଼ାଉନ ସଟ ଡାଉନ ୧୫ଦିନ ପାଇଁ ଘୋଷଣା କରିଛନ୍ତି। ହେଲେ ମଧ୍ୟ କୋରନା ଗୋଟାଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି। ଏହିପରି ଘଡ଼ସନ୍ଧି ସମୟରେ ମଣିଷ ପଣିଆ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକର ଗୋଲାମୁଣ୍ଡା ଗ୍ରାମ ନୀବାସୀ । ଶ୍ୟାମସୁନ୍ଦର ଅଗ୍ରୱ୍ଵାଲ ସ୍ଵେଛାସେବୀ ପରଦୁଃଖରେ ଦୁଃଖୀ ହୋଇ, ମହାମାରୀ କରୋନାକୁ ଖାତିର ନକରି ଗ୍ରାମକୁ ଗ୍ରାମ ଯାଇ ମାକ୍ସ ,ସାନୀଟାଇଜର, କଞ୍ଚା ଖାଦ୍ୟ ବଣ୍ଟନ ସାଙ୍ଗକୁ ତାଙ୍କ ସହଯୋଗୀ ଘନ ରଣାକୁ ନେଇ ଗୋଲାମୁଣ୍ଡା ବ୍ଳକ୍ କାର୍ଯ୍ୟାଳୟ ସାଙ୍ଗକୁ ତ ହସିଲ କାର୍ଯ୍ୟାଳୟ, ଶିକ୍ଷା ବିଭାଗ ଅଫିସ ମାନଙ୍କଠାରେ ସେ ନିିଟାଇଜର କରୁଥିବା ଦେଖିବାକୁ ମିଳୁଛି। ଶ୍ରୀ ଅଗ୍ରୱାଲଙ୍କ ଏତାଦୃଶ କାର୍ଯ୍ୟପାଇଁ ଧନ୍ୟବାଦର ପାତ୍ର ହୋଇପାରିଛନ୍ତି। ଗୋଲାମୁଣ୍ଡା ବ୍ଳକରୁ ପ୍ରଦୀପ ରଣାଙ୍କ ସହ ଭବାନୀପାଟଣାରୁ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More