ରାଜନଗର(ସଂଘର୍ଷ ମିଡିଆ ) : ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ୨୦୨୧ ର ଲେଉଟାଣି କରେନାକୁ ପ୍ରତିହତ କରିବା ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ଙ୍କ ନେତୃତ୍ବରେ ବାରମ୍ବାର ସଚେତନ କରାଇବା ସହ ଅମାନିଆ କିଛି ଲୋକମାନଙ୍କ ଠାରୁ ଆରମ୍ଭ କରି ଅମାନିଆ କିଛି ଦୋକାନୀ ମାନଙ୍କୁ ତାଗିଦ୍ କରିବା ସହ ଜୋରିମାନା ଆଦାୟ କରୁଥିବା ନଜରକୁ ଆସିଛି। ସବୁବେଳେ ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ଉପାନ୍ତ ଅଞ୍ଚଳର ଲୋକମାନଙ୍କୁ କମ୍ବଳ ବାଣ୍ଟିବା,ମାକ୍ସ ଓ ସାନିଟାଇଜର ବାଣ୍ଟିବା ସମେତ ଦୈବ ଦୃବିପାକ ସମୟରେ ବାତ୍ୟା ଓ ବନ୍ୟାକୁ ଖାତିରି ନକରି ନିଜ ଜୀବନକୁ ବାଜି ଲଗେଇ ବର୍ଷାରେ ଓଦା ହୋଇ ଲୋକମାନଙ୍କୁ ଉଦ୍ଧାର କରିବା ନିଶା ଘାରିଥାଏ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କୁ। ବିଭିନ୍ନ ସମୟରେ ଅନେକ ଗୁଡ଼ିଏ ସମାଜ ମଙ୍ଗଳ କାର୍ଯ୍ୟକରି ଚର୍ଚ୍ଚାରେ ରହିଥାନ୍ତି ଆଇଆଇସି ଶ୍ରୀକାନ୍ତ କୁମାର ବାରିକ। ଆଇଆଇସି ଙ୍କ ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
(ରାଜନଗର ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)
Get real time updates directly on you device, subscribe now.