ନାଉଗାଁ(ସଂଘର୍ଷ ମିଡିଆ ) : – କରୋନା ମହାମାରୀର ସଂକ୍ରମଣ ଯେପରି ଭାବେ ବଢି ଚାଲିଛି ତାକୁ ରୋକ୍ ଲଗାଇବା ପାଇଁ ରାଜ୍ଯ ସରକାର ଲକ୍ ଡାଉନ ସଡ୍ ଡାଉନ ସହିତ ବଜାର ଘାଟ ଖୋଲିବା ପାଇଁ ନୀତି ନିୟମ ପ୍ରଣୟନ କରିଛନ୍ତି। ଏବେ ନାଉଗାଁ ଅଞ୍ଚଳରେ ଗାଁ ଗାଁ ରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିନ୍ତୁ ଦୁଃଖର ବିଷୟ ବ୍ଲକ ପ୍ରଶାସନର ଅବହେଳା ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ବଦଳରେ ବୃଦ୍ଧି ପାଇବ ବୋଲି ନିଶ୍ଚୟ ଆଶା କରାଯାଉଛି। ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ ଏହା ହେଉଛି ଆଜି ନାଉଗାଁ ମୂଖ୍ୟ ବଜାରର ଦୃଶ୍ୟ ଲୋକ ମାନେ କିଭଲି ବଜାର ଘାଟରେ ଭିଡ଼ ଜମାଇଛନ୍ତି ।ନାହିଁ ସାମାଜିକ ଦୂରତା ତା ସହିତ ବିନା ମାକ୍ସରେ ଲୋକେ ବୁଲାବୁଲି କରୁଛନ୍ତି କିନ୍ତୁ ନାଉଗାଁ ବ୍ଲକର ପ୍ରଶାସନିକ ଅଧିକାରୀ ମାନଙ୍କର ମିଳୁନାହିଁ ଦେଖା। ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍