କନଫରେନସିଙ୍ଗ ମାଧ୍ୟମରେ ଚୌଦ୍ୱାର ଠାରେ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଶୁଭ ଉଦଘାଟନ

111

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – -ଆଜି ସାରା ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୬୦ କୋଟି ଟଙ୍କା ବ୍ୟୟରେ ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି। ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ଓଟିଏମ୍‌ କଲୋନୀ ସ୍ଥିତ ଓଟିଏମ୍‌ ହାଇସ୍କୁଲ ନିକଟରେ ନବ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଙ୍ଗ ମାଧ୍ଯମରେ ଉଦଘାଟନ କରିଥିଲେ । ଏହି ଷ୍ଟାଡିୟମ ରେ ବ୍ୟାଡମିଟନ, ଟେବୁଲ୍‌ ଟେନିସ, ଜିମ୍ନାଷ୍ଟିକ, ଯୋଗକେନ୍ଦ୍ର ପ୍ରମୁଖ ସହ ବିଭିନ୍ନ କ୍ରୀଡାପୋଯୋଗୀ ବ୍ୟବସ୍ଥା କରାଯାଇଛି । ଏହି ଷ୍ଟାଡିଅମ ଟି ହାରାହାରି 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବା ସହିତ ଚୌଦ୍ୱାର ପୌରପାଳିକା ର ସମସ୍ତ ୱାର୍ଡ ର କ୍ରୀଡ଼ାବିତ ଏବଂ ଚୌଦ୍ୱାର ଅଂଚଳ ର ଆଖପାଖ ଅଂଚଳବାସୀ ତଥା ଯୁବ କ୍ରୀଡାବିତମାନଙ୍କ ମଧ୍ଯରେ ଆନନ୍ଦ ଭରି ଦେବ ବୋଲି ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଆଜିର ଏହି ଉଦଘାଟନୀ ଉତ୍ସବରେ ଚୌଦ୍ୱାର ପୌରାଧ୍ଯକ୍ଷା ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ସାଂସଦ ଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଷ୍ଣୁ ଚରଣ ପରିଡା, ଉପାଦକ୍ଷ ଶୁଭେନ୍ଦୁ ସାମଲ,ସୁବ୍ରତ ସାମଲ, ଅଜୟ ବେହେରା, ବିଜୟ ମଲ୍ଲିକ, ଅର୍ଜୁନ ପଣ୍ଡା ଆଶୁତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More