ମାହାଙ୍ଗା( ସଂଘର୍ଷ ମିଡିଆ ) : -ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜଣେ ପୁରୁଖା କଂଗ୍ରେସ ନେତା ତଥା ମାହାଙ୍ଗା ସାହିତ୍ୟ ସଂସ୍କୃତିର କର୍ଣ୍ଣଧାର ଶିକ୍ଷାବିତ ରବୀନ୍ଦ୍ର ସାହୁଙ୍କ ଦେହାନ୍ତ ହୋଇଯାଇଛି l ପ୍ରାକ୍ତନ ମନ୍ତ୍ରୀ ସେକ ମତୁଲୁବ ଅଲ୍ଲୀଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ରବି ସାହୁ ଚିରନିଦ୍ରାରେ ବୋଲି ଖବର ପାଇବା ପରେ ବହୁ ନେତା, ମନ୍ତ୍ରୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ମଣିଯୋରୀ ଗାଁ’ରେ ପହଂଚି ସେହି ଦିବଂଗତ ସଂସ୍କୃତି ପୁରୁଷଙ୍କ ଅନ୍ତିମ ଦର୍ଶନ କରିବା ଦେଖିବାକୁ ମିଳିଥିଲା l ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ମାହାଙ୍ଗାରୁ ୩ ତିନିଥର ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ମନ୍ତ୍ରୀ ପ୍ରତାପ ଜେନା ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି ଏହି ପୁରୁଖା କଂଗ୍ରେସ ନେତାଙ୍କ ବାସଭବନରେ ପହଂଚି ତାଙ୍କ ମର ଦେହକୁ ସ୍ମଶାନ ପର୍ଯ୍ୟନ୍ତ କାନ୍ଧରେ ବୋହିନେଇଥିଲେ l ଏହା ହେଉଛି ଜଣେ ପ୍ରତାପ ପ୍ରକୃତ ରାଜନେତାର ଧର୍ମ ନିଭେଇ ଥିବାରୁ ଦଳମତ ନିର୍ବିଶେଷରେ ସବୁରୀ ମୁହଁରେ ତାଙ୍କର ପ୍ରଶଂସା l ସ୍ବର୍ଗତ ରବୀନ୍ଦ୍ର କୁମାର ସାହୁ କେବଳ କଂଗ୍ରେସ ଦଳର ଆଗଧାଡିର ନେତା ନଥିଲେ, ପୂର୍ବତନ ମନ୍ତ୍ରୀ ମତୁଲୁବ ଅଲ୍ଲୀଙ୍କ ସହିତ ୪ ଦଶନ୍ଧି ଧରି ମାହାଙ୍ଗା ମାଟିର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ପ୍ରଚାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ କେହି ଅସ୍ବୀକାର କରିବେ ନାହିଁ l ଆଜି ସ୍ବର୍ଗତ ସାହୁଙ୍କ ଭଳି ଜଣେ ସଂସ୍କୃତି ପୁରୁଷଙ୍କ ବିୟୋଗରେ ମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହିତ ତା’ଙ୍କ ମରଦେହକୁ ସ୍ମଶାନ ପର୍ଯ୍ୟନ୍ତ କାନ୍ଧଦେଇ ସ୍ବର୍ଗତ ସାହୁଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ଅବସରରେ କହିଲେ – ପୂର୍ବ ମାହାଙ୍ଗାରେ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଜ୍ବଳିତ ଶିକ୍ଷା ଓ ସଂସ୍କୃତିର ଦୀପ ସବୁଦିନ ପାଇଁ ଲିଭିଗଲା l ଆଜିର ଏହି ଅନ୍ତିମ ଯାତ୍ରାରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ଡକ୍ଟର ଜୟରାମ ସ୍ୱାଇଁ,ସାମାଜିକ କର୍ମୀ ମାସୁଦ ଅଲ୍ଲୀ, ଯୁବବିଜେଡି ସଭାପତି ଶରତ ମହାପାତ୍ର, ଆଇନୀଜୀବୀ ଦୀପକ ମହାନ୍ତି, କବି ପ୍ରଭାତ କର,ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସାମ୍ବାଦିକ ଅଖିଳେଶ ମହାନ୍ତି,ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l