ପୁରୀ (ସଂଘର୍ଷ ମିଡିଆ ) : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ କୋଭିଡ ମହାମାରୀ ସମୟରେ ସେମାନଙ୍କ ଗାଡି ଲଗାଯାଉନଥିବାରୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି। ସଂଘର ଅନେକ ସଦସ୍ୟ ଆଜି ଜିଲ୍ଲା ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି।ଅନେକ ଡ୍ରାଇଭରଙ୍କ ନିଜସ୍ୱ ଗାଡି ରହିଛି।କୋଭିଡ ପରିଚାଳନାରେ କେବଳ ମାଲିକ ସଂଘର ଗାଡି ନିୟୋଜିତ ହୋଇଛି।କିନ୍ତୁ କେହି ଜଣେ ମଧ୍ୟ ଡ୍ରାଇଭରଙ୍କ ଗାଡି ଲାଗୁନାହିଁ।ଆରଟିଓ ମାଲିକ ସଂଘ ସହ ଯୋଗାଯୋଗ କରିବାକୁ କହୁଛନ୍ତି।ଗାଡି ମାଲିକ ମାସିକ ଗାଡ଼ି ପିଛା ୫୦୦ଟଙ୍କା ଦେବାକୁ କହୁଛନ୍ତି।ଏହାର ବିରୋଧ କରି ପ୍ରତିବାଦ କରିବା ସହ ତୁରନ୍ତ କୋଭିଡ ଡ୍ୟୁଟିରେ ଡ୍ରାଇଭର ସଂଘର ଗାଡି ନିୟୋଜିତ ପାଇଁ ଦାବୀ ହୋଇଛି।ନଚେତ ସେମାନେ ନିର୍ବାଚନରେ କୌଣସି ଗାଡି ଦେବେ ନାହିଁ ବୋଲି କହିଛନ୍ତି।