ଭୁବନେଶ୍ୱର: ରଞ୍ଜିତା ପ୍ରିୟଦର୍ଶନି ଯିଏ ଓଡିଶା ବରଗଡର ବାସିନ୍ଦା ଅଟନ୍ତି । ପେସାରେ ବର୍ତ୍ତମାନ ଅଛନ୍ତି ଆଇନଜୀବୀ । ଯିଏ ଡିସେମ୍ବର ୨୦୧୯ରେ ଆଇନ ବିଭାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଲ ଏଲ ବିର ଦ୍ୱିତୀୟ ବର୍ଷ ଅଧ୍ୟନ କରୁଥିଲେ ସେହି ସମୟରେ ଗୋଟିଏ ପିଟିସନ ଗୃହ ବିଭାଗ ଓଡିଶା ଓ ମୁଖ୍ୟମନ୍ତ୍ରୀଙ୍କ ଅବଗତ ପାଇଁ କରିଥିଲେ । (change.org/genderequalityinpoliceforce) ଏହି ପିଟିସନର ଉଦେଶ୍ୟଟି ହେଉଛି ଯେହେତୁ ଆମ ମୁଖ୍ୟମନ୍ତ୍ରୀ ନଂ୧ ଠିକ ସେମିତି ଓଡିଶାରେ ମହିଳା ସଶକ୍ତିକରଣ ହେଉ ପ୍ରଥମ ରାଜ୍ୟ ଯାହା ରଞ୍ଜିତାଙ୍କ ଥିଲା ଚିନ୍ତାଧାରା । ଯେଉଁଥିରେ ସମାନ ପୁରୁଷ ଓ ମହିଳା ସମେତ ତୃତୀୟ ଲିଙ୍ଗ ପୋଲିସ ବିଭାଗରେ ନିଯୁକ୍ତି ପାଇବେ ଓ ଏହି କାର୍ଯ୍ୟକୁ ଦେଖି ଭାରତ ବର୍ଷର ସାରା ରାଜ୍ୟ ମଧ୍ୟ ଏହି ନିୟମକୁ ଆପଣେଇବ । ଏହି ଅଭିଯାନ ଭାରତରେ ପ୍ରଥମ ଆରମ୍ଭ କରିଥିବା ହେଉଛନ୍ତି ଆଇନଜୀବୀ ରଞ୍ଜିତା ପ୍ରିୟଦର୍ଶିନୀ ଓ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପିଟିସନ ଯାହା ଟ୍ୱିଟରରେ ସେ ନିଜ ଆକାଉଣ୍ଟରେ ପୋଷ୍ଟ କରି ମୋଟ ୬୩୯ ଜଣଙ୍କ ଅନଲାଇନ ସହଯୋଗ ମିଳିଥିବା ବେଳେ ଅଫଳାଇନ ରେ ମଧ୍ୟ ୩୦୦୦ ରୁ ଉର୍ଦ୍ଧ ଲୋକଙ୍କ ସହଯୋଗ ମିଳିଥିଲା । ତେବେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱପୂର୍ଣ୍ଣ ନେଇ ୨୦୨୧ ଜୁନ ୧୨ ରେ ଏହାର ଓଡିଶା ପୋଲିସ ରେ ନିଯୁକ୍ତି ପାଇଁ ମହିଳା ସହିତ ତୃତୀୟ ଲିଙ୍ଗଙ୍କ ପାଇଁ ସୁଯୋଗ ଦିଆଯାଇଛି । ଯେଉଁ ପିଟିସନ ୨୦୧୯ ରେ ହେଉଥିଲା ଏଥିପାଇଁ ରଞ୍ଜିତା ତାଙ୍କର ଧନ୍ୟବାଦ ଜ୍ଞାପନ କରିବା ସହ ଏହି ପିଟିସନକୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଓ ସେଥିରେ ସହଯୋଗ ର ହାଥ ବଢାଇଥିଲେ ବିଭିନ୍ନ ମହଲରୁ ବ୍ୟକ୍ତି ବିଶେଷ ଓ ସଂସ୍ଥା ଗୁଡିକ ଯେମିତି କି ଓମେନ୍ସ ୱେଭ, ୟୁଏନଏଫପିଏ ଏସିଆ, ୟୁଏନଏଫପିଏ ଇଣ୍ଡିଆ ,ଶି କ୍ରିଏତ ଚେଞ୍ଜ , ସୁପ୍ରିମ କୋର୍ଟ ସେନିଅର ଆଡଭୋକେଟ ତୀର୍ଥ ସାହୁ, ଓମେନ ଏମପାବରମେଣ୍ଟ ସଂସ୍ଥା, ଏକ୍ସ ଡ଼ିଏସପି ଗୀତରାଣୀ ପଣ୍ଡା, ସାଂସଦ – ସୁରେଶ ପୂଜାରୀ, ବିଧାୟକ – ମୁକେଶ ମହାଳିଙ୍ଗ, କିନ୍ନର ସଙ୍ଘ ସଭାପତି- ପ୍ରିୟନ୍ସି ଦାସ, ରାଜ୍ୟ ସମ୍ପାଦକ ବିଜୁ ଯୁବ ଜନତା ଦଳ – ଷ୍ଟାଲୀନ ପରିଜା, ଓମେନ ଏକ୍ସଏଲ ତ୍ରସ୍ତ ଜିମ୍ବାୱେ, କାନାଡା ଏଡବ୍ଲୁଆଇଡି , ଟାଟା ଏସିସି ଭାଇସ୍ ଚେୟାରମ୍ୟାନ ପ୍ରତ୍ୟୁଷ ପଣ୍ଡା, ଅବସରପ୍ରାପ୍ତ ପୋଲିସ ଅଧିକାରୀ- ହରିହର ଡୋରା, ସମାଜସେବକ-ପ୍ରତାପ ଶତପଥୀ, ସମାଜସେବକ- ଶ୍ୟାମ ସେନାପତି, ମିନାକ୍ଷୀ ଗଣ୍ଡୋତ୍ରା- ଗବେଷକ, ପ୍ରଣୟ ମଞ୍ଜରୀ – ସି ଏସ୍ ଆର ହେଡ ଆର୍କିଟେକଚର, ଆଇନ ସହାୟତା କେନ୍ଦ୍ର ନିର୍ଦେଶୀକା- ଜୟଶ୍ରୀ ମହାପାତ୍ର, ଗୀତିକାର- ବଦ୍ରୀ ମିଶ୍ର, ନମଃ ନାରାୟଣ ମିନା- ଆଇ ଆର ଏସ୍ ଅଫିସର,ଶ୍ରୀମନ୍ଦିର ସେବାୟତ- ଗୌରୀ ଶଙ୍କର ସିଂହରୀ ଏ ସମସ୍ତଙ୍କ ତରଫରୁ ଯେଉଁ ସହଯୋଗ ମିଳିଛି ସେଥିପାଇଁ ନିଜକୁ ଗର୍ବିତ ମନେ କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଇନଜୀବୀ ରଞ୍ଜିତା ପ୍ରିୟଦର୍ଶିନୀ ଆଗକୁ ମଧ୍ୟ ଯଦି ଏଭଳି ସହଯୋଗ ର ହାଥ ପାଇବେ ତେବେ ରଞ୍ଜିତା ଓଡିଶା କୁ ଅପରାଧ ମୁକ୍ତ ରାଜ୍ୟ ଭାବେ ଭାରତ ବର୍ଷରେ ନଂ ୧ କରିବା ପାଇଁ ଚେଷ୍ଟା କରିବେ ।