ଗଜପତି (ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ 108 ଆମ୍ବୁଲାନ୍ସର ସଭାପତି କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ 108 ଆମ୍ବୁଲାନ୍ସ କର୍ମଚାରୀମାନେ 11 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।ସେମାନଙ୍କ ଦାବୀ ଗୁଡିକ ହେଲା କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ନୂତନ କମ୍ପାନୀରେ ନିର୍ଯୁକ୍ତି ଦିଆଯାଉ।କାର୍ଯ୍ୟ କରିବାର ସଠିକ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଉ।ଯଦି କୌଣସି କର୍ମଚାରୀ ଓଭର ଡିଉଟି କରୁଛନ୍ତି 1 ଘଣ୍ଟା କୁ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଉ। 108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଠିକା ସଂସ୍ଥା ରୁ ମୁକ୍ତ କରାଇ ନିୟମିତ କରାଯାଉ। 12 ଘଣ୍ଟାର କାର୍ଯ୍ୟକୁ 12 ଘଣ୍ଟାର ପ୍ରାପ୍ୟ ଦିଆଯାଉ।ଏହିଭଳି ବିଭିନ୍ନ ସମସ୍ୟା ନେଇ 11 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ପ୍ରଦାନ କରାଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।