ନାଉଗାଁ ( ସଂଘର୍ଷ ମିଡିଆ ) : – ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରିଗର ସଂଘର ନାଉଗାଁ ବ୍ଲକ କମିଟି ଶାଖା ପକ୍ଷରୁ ସାଧୁ ଗୋସ୍ଵାମୀ ପିଠରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନାଉଗାଁ ବ୍ଲକର ୧୬ ଟି ପଞ୍ଚାୟତର ଏସିଏମ୍ ମାନେ ଯୋଗ ଦେଇଥିଲେ। ୧୬ ଟି ପଞ୍ଚାୟତର ନଳକୂପ ମରାମତି, ସ୍ଵଚ୍ଛ ପରିମଳ, ସ୍ଵଚ୍ଛ ପାନୀୟଜଳ ଯୋଗାଇଦେବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ନାଉଗାଁ ଶାଖା ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ପରିଡା ଲୋକମାନଙ୍କର ପାନୀୟଜଳ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଏସିଏମ୍ ମାନଙ୍କୁ କହିଥିଲେ। ବିଶେଷ କରି ଉକ୍ତ ବୈଠକରେ ଏସିଏମ୍ ମାନଙ୍କର ସର୍ବନିମ୍ନ ମଜୁରୀ, ସ୍ୱାବଲମ୍ବୀ ଉଛେଦ, ସରକାରୀ ମାନ୍ୟତା ପାଇବା ପାଇଁ ୩ ଗୋଟି ଦାବି ସରକାରଙ୍କ ପାଖରେ ରଖିବା ପାଇଁ ଆଲୋଚନା କରାଯାଇଥିଲା। ଯଦି ଆଗାମୀ ଦିନରେ ସରକାର ଉକ୍ତ ଦାବି ଗୁଡିକୁ ଗ୍ରହଣ ନ କରନ୍ତି ତେବେ ସଂଘ ସାରା ରାଜ୍ୟରେ ଜଳ ଯୋଗାଣ କାର୍ଯ୍ୟ ବନ୍ଦ କରିବ ଯାହା ପାଇଁ ରାଜ୍ଯ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ନାଉଗାଁରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।