ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବିପତ୍ର ପ୍ରଦାନ

34

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଜରିଆରେ 9 ଦଫା ଦାବି ପ୍ରଦାନ କରାଯାଇଛି।ସେମାନଙ୍କ ଦାବି ଗୁଡିକ ହେଲା 65 ବର୍ଷରେ 5%,70 ବର୍ଷରେ 10% 75 ବର୍ଷରେ 15% 80 ବର୍ଷରେ 20% D A ବଢ଼େଇବା । ବସଭଡା ଓ ରେଳଭଡାରେ ବରିଷ୍ଠ ନାଗରିକମାନଙ୍କୁ ରିହାତି ଦିଆଯାଉ।ଚିକିତ୍ସାଭତ୍ତା ,ସ୍ୱାସ୍ଥ୍ୟ ସେବା ଦିଆଯାଉ। ଏହିଭଳି ନଅ ଦଫା ଦାବି ରହିଛି।ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ଶାଖାର ସଭାପତି ଅଶ୍ୱିନୀ କୁମାର ପାଢୀ, ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା, ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ବି ଜନାର୍ଦ୍ଦନ, ସଚ୍ଚିଦାନନ୍ଦ ସାମଲଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀମାନେ ଉପସ୍ଥିତ ରହି ଦାବିପତ୍ର ଜିଲ୍ଲା ପାଳ ଓ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More