ଓଡ଼ିଶାର ଚାଷୀ ଆନ୍ଧ୍ରର ଧାନ ବିହନ ପ୍ରତି ଆକୃଷ୍ଟ

38

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଏଜ ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ।ଏଠାକାର ମୁଖ୍ୟ ଜୀବନ ଜୀବିକା ହେଉଛି ଚାଷ।ଏହି ଜିଲ୍ଲାରେ 7 ଟି ବ୍ଳକ ଥିବା ବେଳେ ସେଥିମଧ୍ୟରୁ ତିନୋଟି ବ୍ଳକରେ ଅଧିକ ଧାନ ଚାଷ ହୋଇ ଥାଏ।ଏଠିକାର ପ୍ରାୟ 70 ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ବର୍ତ୍ତମାନ ଖରିଫ ୠତୁ ଚାଲିଥିବାରୁ ଚାଷୀ ଧାନ ବିହନ କିଣିବାରେ ବ୍ୟସ୍ତ।ହେଲେ ଓଡ଼ିଶା ସରକାର ସବସିଡ଼ି ଦେଲେ ମଧ୍ୟ ଧାନ ବିହନ ପଡୋଶୀ ରାଜ୍ୟ ଶ୍ରୀକାକୁଲମର ପୁରୁଣାପାଟଣା,ମେଳିଆପୁଟ ଓ ଚେପରାରୁ ପ୍ରଭୃତି ସ୍ଥାନରୁ ଅଧିକା ଦରରେ ଧାନ ବିହନ କିଣୁ ଥିବାର ଦେଖିବାକୁ ମିଳିଛି।ଏପରିକି ବିଭିନ୍ନ ଫେଟିଲାଇଜର ଦୋକାନରେ ମଧ୍ୟ ଆନ୍ଧ୍ର ବିହନ ବିକ୍ରି ହେଉଥିବା ର ଦେଖିବାକୁ ମିଳିଛି।ଏପରିକି ଓଡ଼ିଶା ବିହନ ବିକ୍ରି କରୁଥିବା ଡିଲର ମଧ୍ୟ ଦୁଇ ପଇସା ରୋଜଗାର କରିବା ଆଶାରେ ଆନ୍ଧ୍ର ବିହନ ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ଏଠାରେ ଗଜପତି ଜିଲ୍ଲାର ଚାଷୀଙ୍କୁ ଓଡ଼ିଶାର ବିହନ ପ୍ରତି ଆକୃଷ୍ଟ ନ ହୋଇ ଆନ୍ଧ୍ର ବିହନ ପ୍ରତି କାହିଁକି ପ୍ରୀତି କାହିଁକି ନା ପ୍ରଥମ କାରଣ ହେଲା ବିହନରେ କେଳି ଓ ବାଳୁଙ୍ଗା ରହିଥିବାର ଅଭିଯୋଗ ହେଉଛି।ଦ୍ୱିତୀୟ କାରଣ ହେଉଛି ଓଡ଼ିଶା ବିହନ ପ୍ରତି ଆତ୍ମବିଶ୍ବାସ ରହୁନି ଯାହା ଫଳରେ ଓଡ଼ିଶା ଚାଷୀ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ ହେଉଛି।ବିହନ କିଣିଲା ପରେ ଚାଷୀ ବିହନର ରିହାତି ପାଉ ନଥିବା ଅଭିଯୋଗ ହେଉଛି। ଅନ୍ୟ ପଟେ ଉପାନ୍ତ ଅଞ୍ଚଳ ହୋଇ ଥିବାରୁ ଏହିଭଳି ସମସ୍ୟା ହେଉଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More