କଟକ ( ସଂଘର୍ଷ ମିଡିଆ ) : କଥାରେ ଅଛି “ଏକତା ହିଁ ବଳ”। ଆମେ ଏ କଥା କାହିଁକି କହୁଛୁ କାରଣ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଓଡିଶା ଗୋଷ୍ଠୀ ବେତାର କେନ୍ଦ୍ରର ସଦସ୍ୟ ମାନଙ୍କ ମଧ୍ୟରେ । ଏ ପରିବେଶ ଥିଲା ଏକ ଭିନ୍ନ।ହସ ଖୁଶି ଭିତରେ ଆଗକୁ ବଢିବାର ଯୋଜନା ପ୍ରସ୍ତୁତ ହେଉଥିଲା କର୍ମକର୍ତ୍ତା ଓ ମୁଖ୍ୟ ମାନଙ୍କ ଭିତରେ । ଓଡ଼ିଶାରେ ପ୍ରାୟ ୧୮ ଟି ଗୋଷ୍ଠୀ ବେତାର କେନ୍ଦ୍ର।ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡି ରେ ଏକାଠି ହୋଇଥିଲେ ଏହାର ସଦସ୍ୟ ମାନେ। ଏହି ଭିନ୍ନ କାଯ୍ୟକ୍ରମକୁ ଆୟୋଜନ କରିଥିଲେ ଗୋଷ୍ଠୀ ବେତାର କେନ୍ଦ୍ର ଓଡିଶା ସଂଘ।ଡ଼. ଶିଶିର ଦାସଙ୍କ ସଭାପତିତ୍ୱରେ ଚାଲିଥିଲା ଏହି ଦୁଇ ଦିନିଆ କାଯ୍ୟକ୍ରମ।ଗୋଷ୍ଠୀ ବେତାର କେନ୍ଦ୍ର ସଦସ୍ୟ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା ଅତି ସୁନ୍ଦର ବୁଝାମଣା।ସମସ୍ତେ ରଖୁଥିଲେ ସମସ୍ତଙ୍କର ମତାମତ।ଆଗାମୀ ଦିନରେ କିପରି ଓଡ଼ିଶାରେ ଆହୁରି ଗୋଷ୍ଠୀ ବେତାର କେନ୍ଦ୍ର ଖୋଲା ଯିବ ଓ ଓଡ଼ିଶାର ସମସ୍ତ ବର୍ଗର ର ଜନତାଙ୍କ ଉନ୍ନତି ପାଇଁ ଗୋଷ୍ଠୀ ବେତାର କେନ୍ଦ୍ର କିପରି କାମ କରିବ ଏହା ଥିଲା ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଏହି ଦୁଇ ଦିନିଆ କାଯ୍ୟକ୍ରମ ରେ ରେଡ଼ିଓ ସୁରଭି, ସୋୟ କମ୍ୟୁନିଟି ରେଡ଼ିଓ, ରେଡ଼ିଓ ନମସ୍କାର, ରେଡ଼ିଓ ବୁଲବୁଲ, ରେଡ଼ିଓ ହୀରାଖଣ୍ଡ, ରେଡ଼ିଓ ସ୍ୱୟଂଶକ୍ତି, ରେଡ଼ିଓ ଗୁଞ୍ଜନ, ରେଡ଼ିଓ ସ୍ୱରାଜ, ରେଡ଼ିଓ ସ୍ୱାଗତମ ର ମୁଖ୍ୟଙ୍କ ସହ,କର୍ମ କର୍ତ୍ତା ଓ ରେଡ଼ିଓ ରିପୋର୍ଟେର ମାନେ ଭାଗ ନେଇଥିଲେ।ଏହି କାଯ୍ୟକ୍ରମରେ ସଭାପତି ଡ଼ଃ ସିଶିର ଦାସ, ନ. ଏ. ସାହା ଅଂନଶାରୀ, ବିଶ୍ୱଜିତ ପାଢି, ସ. କେ. ଅବଦୁଲ ସଫିକ, ବିକାଶ ମହାପାତ୍ର, ନିହାର ରଞ୍ଜନ ପଣ୍ଡା ପ୍ରମୁଖ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।କାଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ସୁଶ୍ରୀ ସ୍ୱାଗତିକା।