କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳ ପୁର ଗ୍ରାମପଞ୍ଚାୟତ କେଳା ସାହି ରେ ଓଡିଆ ଫିଲ୍ମ ଷ୍ଟାର ବର୍ଷା ପ୍ରିୟଦର୍ଶିନୀ ସହଯୋଗର ହାତ ବଢ଼ାଇଛନ୍ତି।ଲୋକମାନଙ୍କୁ ସଚେତନତା କରିବା ସହିତ ମାସ୍କ ବଣ୍ଟନ ଓ ରାସନ ସାମଗ୍ରୀ ଦେଇଥିଲେ।ବର୍ଷା ଙ୍କ କହିବକଥା କୋଭିଡ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି।ଲକଡ଼ାଉନ ସମୟରେ ଲୋକେ କାମଧନ୍ଦା ବନ୍ଦ ଯୋଗୁଁ ପରିବାର ଚଲେଇବା ବହୁତ କଷ୍ଟ।ନିଜ ଭିତରେ ଥିବା ମଣିଷ ପଣିଆ କୁ ଆଗକୁ ଆଣି ଅସହାୟ ଲୋକଙ୍କ ପାଖରେ ଠିଆ ହେବା ଦରକାର।ବର୍ଷା ଦୀର୍ଘ 5ବର୍ଷ ହେବ ଲୋକଙ୍କ ପାଖରେ ସହଯୋଗର ହାତ ବଢ଼ାଇ ଆସିଛନ୍ତି। ସୋସିଆଲ ମିଡିଆରେ ଫଲୋ କରି ଅସହାୟ ଦିବ୍ୟଙ୍ଗ ଲୋକଙ୍କ ପାଖରେ ପହଞ୍ଚି ପାରୁଛନ୍ତି ବୋଲି ବର୍ଷା କହିଥିଲେ।ନୂଆଗାଁ ପଂଚାୟତର ପୂର୍ବତନ ସମିଟିସଭ୍ୟ ସତ୍ୟରଞ୍ଜନ ପାତ୍ର (ଜଙ୍ଗଲୀ) ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରିଥିଲେ ।ସ୍ଥାନୀୟ ଲୋକେ ବର୍ଷା ପ୍ରିୟଦର୍ଶିନୀ ଓ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେଇଥିଲେ। କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ ରାଜକିଶୋର ଦାସଙ୍କ ରିପୋର୍ଟ ।