ଓଡ଼ିଆ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପୁରୀ ଶାଖା ପକ୍ଷରୁ ବିଭିନ୍ନ ଦାବିନେଇ ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ପୁରୀ(ସଂଘର୍ଷ ମିଡିଆ) : – ଓଡ଼ିଆ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପୁରୀ ଶାଖା ପକ୍ଷରୁ ବିଭିନ୍ନ ଦାବିନେଇ ସିଡିଏମଓ ଓ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି l ଦିଆଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ ଦୀର୍ଘ 11 ବର୍ଷ ହେବ ନିସ୍ବାର୍ଥପର ଭାବେ ସ୍ୱଳ୍ପ ପାରିଶ୍ରମିକରେ ଉଚିତ୍ ରୋଗୀ ସେବା ଯୋଗାଇ ଆସୁଥିବା ବେଳେ ନୂତନ କମ୍ପାନୀ ପ୍ରାୟ 200 କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଜାଣିଶୁଣି ଦେଇନାହାନ୍ତି ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ପ୍ରତି କର୍ମଚାରୀଙ୍କ ଠାରୁ 590 ଟଙ୍କା online fee ନେଇଛି l କାହିଁକି ନେଇଛି ତାହା ସ୍ପଷ୍ଟ କରିନାହିଁ । Offer Letterରେ 12 ଘଣ୍ଟା duty କରିବାକୁ ସ୍ପଷ୍ଟ ଲେଖିଲା ବେଳେ କେତେ ଟଙ୍କା ପାରିଶ୍ରମିକ ମିଳିବ ତାହା ସ୍ପଷ୍ଟ କରି ନାହିଁ । ଜୀବନ ବୀମା ସ୍ପଷ୍ଟ କରିନାହିଁ l ତେଣୁ ଦାବି କରାଯାଇଛି ଯେ 108 ଆମ୍ବୁଲାନ୍ସର ସମସ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଶୀଘ୍ର କରାଯାଉ l 12ଘଣ୍ଟା କାର୍ଯ୍ୟକୁ 12ଘଣ୍ଟାର ପାରିଶ୍ରମିକ ଦିଆଯାଉ l ପୁରୁଣା ଓ ନୂଆ କର୍ମଚାରୀ ମାନେ ସମାନ ପାରିଶ୍ରମିକ ପାଉଛନ୍ତି l ତେଣୁ ବାର୍ଷିକ ବେତନ ବୃଦ୍ଧି କରାଯାଉ ଜୀବନ ବୀମା 20ଲକ୍ଷ ଓ ବିକଳାଙ୍ଗ ହୋଇଗଲେ 10ଲକ୍ଷ ସହାୟତା ରାଶି ପ୍ରଦାନ କରାଯାଉ l ବେନିୟମ ଛଟେଇକୁ ବନ୍ଦ କରି ଆମ୍ଭ ଚାକିରି ସୁରକ୍ଷା କରାଯାଉ ଲ ପୂର୍ବ ସରକାର ଯେଉଁ ସ୍ଵତନ୍ତ୍ର ଭତା ବାବଦକୁ EMT&PILOT ପାଇଁ 5000 ଟଙ୍କା ଓ ATTENDANT ଙ୍କ ପାଇଁ 3000 ଟଙ୍କା କରିଦେଇ ଯାଇଛନ୍ତି ଏବେ ନୂତନ ସରକାରଙ୍କ ପାଖରେ ଅନୁରୋଧ କମ୍ପାନୀ ଅଧୀନରେ ନରଖି ସରକାରୀ ମାନ୍ୟତା ଦେଇ ନିୟମିତ କରନ୍ତୁ l 102 ଜନନୀ driver ଭାଇ ମାନଙ୍କ ପାଇଁ 108 ର ସମସ୍ତ ସୁବିଧା ସୁଯୋଗ ମିଳୁ ଆଦି ଦାବି କରାଯାଇଛି l ଯଦି ଦାବି ପୂରଣ ନହୁଏ ତେବେ ଆସନ୍ତା 1ତାରିଖରୁ ଆମ୍ବୁଲାନ୍ସ ଗାଡ଼ି ଛାଡି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଦାବିପତ୍ରରେ ଦର୍ଶାଯାଇଛି l ଆଜି ଅପରାହ୍ନ 1ଟାରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି l